ଖାରକିଭରୁ ଉଦ୍ଧାର ହେଲେ ୬୦ ଓଡ଼ିଆ ଛାତ୍ରଛାତ୍ରୀ : ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରିବେ

0
148
ଖାରକିଭରୁ ଉଦ୍ଧାର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୫/୦୩) : ଯୁଦ୍ଧଗ୍ରସ୍ତ ୟୁକ୍ରେନ ର ଖାରକିଭରୁ ଉଦ୍ଧାର ହେଲେ ୬୦ ଓଡିଆ ଛାତ୍ରଛାତ୍ରୀ । ସ୍ୱତନ୍ତ୍ର ବସ୍ ଯୋଗେ ଛାତ୍ରଛାତ୍ରୀମାନେ ପୋଲାଣ୍ଡ ସୀମା ଅଭିମୁଖେ ବାହାରିଛନ୍ତି ।

ପୋଲାଣ୍ଡ ସୀମାରେ ପହଞ୍ଚିବା ପରେ ସେଠାରୁ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଅପରେସନ ଗଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ବିମାନ ଯୋଗେ ଦେଶକୁ ଫେରିବେ । ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଖାରକିଭରୁ ଉଦ୍ଧାର ପାଇ ଛାତ୍ରଛାତ୍ରୀ ସ୍ୱଦେଶ କୁ ଫେରୁଥିବା କହିଛନ୍ତି ।

ଖାରକିଭରେ ରୁଷ୍ ସେନା ଜୋରଦାର ଆକ୍ରମଣ କରିବା ପରେ ପରିସ୍ଥିତି ଭୟଙ୍କର ହୋଇପଡିଥିଲା । କେମିତି ସୁରକ୍ଷିତ ଭାବେ ଦେଶକୁ ଫେରିବେ ତାକୁ ନେଇ ଚିନ୍ତାରେ ପଡିଥିଲେ ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କୁ ଉଦ୍ଧାର ପାଇଁ ଭିଡିଓ ପଠାଇ ସରକାରଙ୍କୁ ଅପିଲ କରିଥିଲେ । ଉଦ୍ଧାର ପାଇଁ ଛାତ୍ରଛାତ୍ରୀ କରୁଥିବା ଗୁହାରି ଗତକାଲି ଭାରତୀୟ ଗଣମାଧ୍ୟମରେ ଜୋରସୋରରେ ପ୍ରସାରିତ ହୋଇଥିଲା ।

ତା’ପରେ ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଉଭୟ ରୁଷ୍ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ କଥା ହୋଇଥିଲେ ଭାରତ ବୈଦେଶିକ ମନ୍ତ୍ରାଳୟ । ଏପରିକି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଥିଲେ ।