ମାର୍ଚ୍ଚ ୧୪ ରେ ପ୍ରାଟିକାଲ୍ : ଏପ୍ରିଲ ୪ରୁ ଏନ୍‌ଆଇଓଏସ୍‌ର ଦଶମ ଓ ଦ୍ୱାଦଶ ପରୀକ୍ଷା

0
133
ମାର୍ଚ୍ଚ ୧୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୬/୦୩) : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ୪ ଏପ୍ରିଲ ରୁ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମାର୍ଚ୍ଚ ୧୪ ରୁ ପ୍ରାଟିକାଲ ପରୀକ୍ଷା ହେବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନ୍‌ଆଇଓଏସ୍‌ ର ଆଞ୍ଚଳିକ ନିର୍ଦ୍ଦେଶକ ରଙ୍ଗଧର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଓଡିଶା ରୁ ସମୁଦାୟ ୪,୮୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ଏଥିରେ ୧,୩୮୬ ଜଣ ଛାତ୍ରଛାତ୍ରୀ ଦଶମ ଓ ୩,୪୭୫ ଜଣ ଦ୍ୱାଦଶ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାର୍ଚ୍ଚ ୧୪ ରେ ପ୍ରାଟିକାଲ୍ ହେବ ।

ଏଥିପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ର ୭ ଦିନ ପୂର୍ବରୁ ଆଡ୍‌ମିଟ କାର୍ଡ ଡାଉନଲୋଡ କରି ପାରିବେ ବୋଲି ଏନ୍‌ଆଇଓଏସ୍‌ ତରଫରୁ ସୂଚନା ଦିଆଯାଇଛି ।