ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ିଲା ନିର୍ମାଣାଧୀନ ବାଘ ନଦୀ ପୋଲ

0
192
ନିମ୍ନମାନର କାମ ଯୋଗୁଁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୦୩) : ବୌଦ୍ଧ ଜିଲ୍ଲା ର ଦୁଇଟି ସ୍ଥାନରେ ଘଟିଛି ଅଘଟଣ l ନିମ୍ନମାନର କାମ ଯୋଗୁଁ ପୁରୁମୁଣ୍ଡା ଠାରେ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ି ପଡିଥିବା ବେଳେ ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ବ୍ଲକ ବାଉଁସୁଣୀ – ଜମଟାଙ୍ଗି ନିକଟରେ ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବାଘ ନଦୀ ପୋଲ ର ଏକ ଵିମ ଭାଙ୍ଗି ଖସି ପଡିଥିବା ଦେଖିବାକୁ ମିଳିଛି lWhatsApp Image 2022 03 06 at 11.45.31 AM ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ିଲା ନିର୍ମାଣାଧୀନ ବାଘ ନଦୀ ପୋଲ

ଏଥିରେ ମୃତାହତ କିମ୍ବା ଆହତ ଙ୍କ ସମ୍ପର୍କରେ ତଥ୍ୟ ମିଳିପାରି ନାହିଁ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି l ଏହି ନିର୍ମାଣ କାର୍ଯ୍ୟ ଘରୋଇ ଠିକା ସଂସ୍ଥା ARSS କମ୍ପାନୀ ପକ୍ଷରୁ ବାଘ ନଦୀରେ ନୂତନ ପୋଲ ର ନିର୍ମାଣ କାମ କରାଯାଉଅଛି l ନିମ୍ନମାନର କାମ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ସରକାର ଙ୍କ କୋଟି କୋଟି ଅର୍ଥ ଖର୍ଚ୍ଚ କରାଯାଉଛି କିନ୍ତୁ ଏଭଳି ନିମ୍ନ ମାନର କାର୍ଯ୍ୟ କୁ ତଦାରଖ କରିବା ପାଇଁ ଯନ୍ତ୍ରୀ କି ପ୍ରଶାସନ କାହିଁକି ତୀକ୍ଷ୍ଣ ଦୃଷ୍ଟି ଦେଉ ନାହାଁନ୍ତି ।

ଏଥିପାଇଁ ସିଧା ସଳଖ ପ୍ରଶାସନ ଦାୟୀ ବୋଲି ଜନସାଧାରଣ ଙ୍କ ଆଙ୍ଗୁଠି ପ୍ରଶାସନ ଆଡକୁ ଉଠୁଛି । ଏହି ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ l