ପଞ୍ଚାୟତରାଜ ଦିବସ ଅବସରରେ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ନିମନ୍ତେ ଜମି ପଟ୍ଟା ବଣ୍ଟନ

0
358
ପଞ୍ଚାୟତରାଜ ଦିବସ ଅବସରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତହସିଲ କାର୍ଯ୍ୟାଳୟ ର ସଦଭାବନା ଗୃହ ଠାରେ ପଞ୍ଚାୟତରାଜ ଦିବସ ଅବସରରେ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ନିମନ୍ତେ ଜମି ପଟ୍ଟା ବଣ୍ଟନ କରାଯାଇଛି । WhatsApp Image 2022 03 06 at 11.32.55 AM ପଞ୍ଚାୟତରାଜ ଦିବସ ଅବସରରେ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ନିମନ୍ତେ ଜମି ପଟ୍ଟା ବଣ୍ଟନ

ପଞ୍ଚାୟତରାଜ ଦିବସ ଅବସରରେ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ନିମନ୍ତେ ଜମି ପଟ୍ଟା ବଣ୍ଟନ ସମୟରେ ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଏବିଇଓ ମୋହନ ରାଓ କଣ୍ଡାଗରୀ ମଞ୍ଚାସିନ ରହିଥିଲେ । ପୂର୍ବରୁ ରହିଥିବା ବିଦ୍ୟାଳୟ ଗୁଡିକର ଜମି ପଟ୍ଟା ହୋଇ ନ ଥିବାରୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଥିଲେ । ଏସବୁ ସମସ୍ୟାକୁ ନେଇ ସରକାରଙ୍କ ବିଦ୍ୟାଳୟ ମାନଙ୍କର ଜମି ଚିହ୍ନଟ କରିବାକୁ ତହସିଲ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ବ୍ଲକରେ ଯେତେ ସରକାରୀ ବିଦ୍ୟାଳୟ ରହିଛି । ସେ ସବୁର ଜମି ଚିହ୍ନଟ କରି ବିଦ୍ୟାଳୟ ଜମି ପଟ୍ଟା କରିଥିଲେ । ସ୍ପେଶାଲ ରାଇଟ ହିସାବରେ ୯୩ ଟି ସରକାରୀ ବିଦ୍ୟାଳୟ ର ଜମି ପଟ୍ଟା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୨ ଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡାକି ପଟ୍ଟା ପ୍ରଦାନ କରିଥିଲେ ।

ବର୍ତ୍ତମାନ ଯେଉଁ ୫୧ ଟି ବେସରକାରୀ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟ ର ଜମି ମାଲିକମାନେ ଯଦି ସାଧାରଣ, ଜାତି ଓ ଜନ ଜାତି ବର୍ଗ ର ଲୋକେ ବିଦ୍ୟାଳୟ କୁ ଭୂମି ଦାନ କଲେ ଆଗାମୀ ଦିନରେ ସେହି ଜମିକୁ ଚିହ୍ନଟ କରି ଉକ୍ତ ବିଦ୍ୟାଳୟ କୁ ପ୍ରଦାନ କରାଯିବ ବୋଲି ତହସିଲଦାର ଦେବାଶିଷ କର ସୂଚନା ଦେଇଛନ୍ତି ।

ଏହାକୁ ଅମିନ ସି ରାଜୁ, ଜଙ୍ଗଲ ଜମି ଅଧିକାର ସଂଯୋଜକ ମଦନ ସୁନ୍ଦର ସାମଲ, ରାଜସ୍ୱ ଅଧିକାରୀ ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।