ଭୋଟ କିଣାବିକା ଅଭିଯୋଗ ଆଣିଲେ ସାଂସଦ : ଜବାବ ରଖିଲେ ବିଧାୟକ

0
135
ଭୋଟ କିଣାବିକା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୯/୦୩) : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ କିଣାବିକା ର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଭୋଟ୍ କିଣା ବିକା ଚାଲିଛି । ମୂଲଚାଲ ହେଉଛି ଭୋଟ୍ ।

ଏ ନେଇ ତାଙ୍କ ପାଖରେ ତିନି ଟି ଭିଡିଓ ରେକର୍ଡିଂ ରଖିଛନ୍ତି, ଠିକ୍ ସମୟରେ ପ୍ରକାଶ କରିବେ ବୋଲି କହିଛନ୍ତି ଅପରାଜିତା । ଭୋଟ୍ ବିକ୍ରି ନ କରି ସଠିକ୍ ଲୋକଙ୍କୁ ବାଛନ୍ତୁ ବୋଲି ବସ୍ତି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ଅପରାଜିତା । ଭୁବନେଶ୍ୱର ସାଂସଦଙ୍କ ଭୋଟ କିଣାବିକା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେ କହିଛନ୍ତି, ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ହେଉଛି ଔଷଧ ବିକଳରେ ତାଟିଆ କାମୁଡା । ପଞ୍ଚାୟତ ନିର୍ବାଚନ ଫଳାଫଳ କୁ ଦେଖିବା ପରେ ତାଙ୍କ ମନ କୁ କଷ୍ଟ ହେଉଥିବ । ସେ ଯେପରି ଅଭିଯୋଗ କରୁଛନ୍ତି ତାହା ନ କରି ଦଳ କେମିତି ଭଳ କରିବ ସେଥିପାଇଁ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି ଅଶୋକ ପଣ୍ଡା ।