ଭାରତୀୟ ମଜଦୂର ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

0
165
ଭାରତୀୟ ମଜଦୂର ସଂଘ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, ତା (୦୮/୦୩) : ଭାରତୀୟ ମଜଦୂର ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରାୟଗଡା ଜିଲ୍ଲା ର ୧୧ ଗୋଟି ବ୍ଳକରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି ।WhatsApp Image 2022 03 09 at 9.02.51 AM ଭାରତୀୟ ମଜଦୂର ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଶ୍ରୀମତୀ ଜୟନ୍ତୀ ପଦ୍ମଲାୟ ସାହୁ ଏବଂ ଶ୍ରୀମତୀ ଉଷା ରାଣୀ ଦାଶ ଙ୍କ ନେତୃତ୍ୱ ରେ ରାୟଗଡ଼ା ଗଜପତି ଛକ ଠାରେ ଏକତ୍ରିତ ହୋଇ ମହିଳା ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପହଞ୍ଚି ଭାରତୀୟ ମଜଦୂର ସଂଘ ତରଫ ରୁ ଏକ ଶୋଭା ର ଆୟୋଜନ କରା ଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାଶ, ମୂଖ୍ୟବକ୍ତା ଭାବେ ଆଦିବାସି ମଞ୍ଚ ର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବିଦୁଲତା ହୁଇକା, ସମ୍ମାନୀୟ ବଖକ୍ତା ଭାବେ ସୁଶ୍ରୀ ଭାଗ୍ୟଶ୍ରୀ ମିଶ୍ର ଏବଂ ଆଇନଜୀବୀ କିଶୋର କୁମାର ସାହୁ, ସମ୍ମାନୀୟ ଅତିଥି ଭାବେ ସଂଘର ଜିଲ୍ଲା ସଂପାଦକ ଖଗେଶ୍ୱର ସିଂ ଯୋଗ ଦେଇ ରାଷ୍ଟ୍ର ଗଠନରେ ମହିଳାମାନଙ୍କ ଭୂମିକା, ମହିଳା ସଶକ୍ତିକରଣ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ, ପାଚିକା ସଂଘ, ରାୟଗଡ଼ା ଜିଲ୍ଲା ମହିଳା ଶ୍ରମଜୀବୀ ସଂଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ନେହା ସିଂ, ପ୍ରଶାନ୍ତ କୁମାର ପାଲ, କେ ନୀଳାଦ୍ରି, ରବି ନାରାୟଣ ଗୌଡ଼, ଗଣେଶ୍ୱର ସାହୁ ଏବଂ ପରମାନନ୍ଦ ପ୍ରଧାନ କୋଭିଡ ର ସମସ୍ତ ନିୟମ ଅନୁସାରେ ପରିଚାଳନା କରିଥିଲେ ।