-5.7 C
Innichen
Saturday, January 22, 2022

ରାଜ୍ୟରେ ୧୬୧୫ ନୂଆଁ କରୋନା ପଜିଟିଭ୍ ଚିହ୍ନଟ : ଆଉ ୬୫ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୯/୦୭) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୧୫ ଜଣ ନୂଆଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୩୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ ବାକି ୬୭୮ଟି ହେଉଛି ଲୋକାଲ୍ କେସ୍‌ । ସେହିପରି କରୋନାରେ ଆକ୍ରାନ୍ତ ହୋଇ ଆଉ ୬୫ ଜଣ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି ।

ନୂଆଁ କରୋନା ପଜିଟିଭ୍ ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଜଣ ଥିବା ବେଳେ କଟକରୁ ୨୨୯, ପୁରୀରୁ ୧୨୩, ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୦, ଗଜପତିରୁ ୨, ଗଞ୍ଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୧୫, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୪୨, ନୂଆପଡ଼ାରୁ ୫, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୬, ସୋନପୁରରୁ ୯, ସୁନ୍ଦରଗଡ଼ ଜିଲ୍ଲାରୁ ୩୦ ଓ ଷ୍ଟେଟ୍‌ ପୁଲ୍‌ରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି ।

୧୬୧୫ଟି ନୂଆଁ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୧ ହଜାର ୪୯ ଜଣ ସୁସ୍ଥ ହୋଇସାରିଲେଣି ଓ ୧୭ ହଜାର ୨୬୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଅନ୍ୟପକ୍ଷରେ ୬୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ରୁ ୭, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଅନୁଗୋଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ଭଦ୍ରକ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୪୭, ବାଲେଶ୍ୱରରେ ୧୮୧, ବରଗଡ଼ରେ ୨୮୪, ଭଦ୍ରକରେ ୬୭, ବଲାଙ୍ଗିରରେ ୯୯, କଟକରେ ୩୨୫, ଢେଙ୍କାନାଳରେ ୧୧୭,ଗଜପତିରେ ୮୧, ଗଞ୍ଜାମରେ ୪୩୧, ଜଗତସିଂହପୁରରେ ୯୨, ଯାଜପୁରରେ ୬୬, ଝାରସୁଗୁଡ଼ାରେ ୧୫୧, କଳାହାଣ୍ଡିରେ ୧୯୫, କେନ୍ଦ୍ରାପଡ଼ାରେ ୧୨୮, କେନ୍ଦୁଝରରେ ୧୨୬, କୋରାପୁଟରେ ୭୧, ମୟୂରଭଞ୍ଜରେ ୨୦୩, ନୂଆପଡ଼ାରେ ୭୯, ପୁରୀରେ ୩୪୬, ସମ୍ବଲପୁରରେ ୧୭୪ ଓ ସୁନ୍ଦରଗଡ଼ରେ ୫୦୯କୁ ବୃଦ୍ଧି ପାଇଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles