ଉତ୍ତର ପ୍ରଦେଶ ଓ ଗୋଆରେ ମ୍ୟାଜିକ ନମ୍ବର ଛୁଇଁଲା ବିଜେପି

0
145
ଉତ୍ତର ପ୍ରଦେଶ ଓ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ//
ନୂଆଦିଲ୍ଲୀ, (୧୦/୦୩) : ଉତ୍ତର ପ୍ରଦେଶ ଓ ଗୋଆରେ ପୁଣି ବିଜେପି ସରକାର ଗଠନ କରିପାରେ । କାରଣ ସକାଳ ୧୦ ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି ଉଭୟ ରାଜ୍ୟରେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବରକୁ ହାସଲ କରି ନେଇଛି ।

ଉତ୍ତର ପ୍ରଦେଶର ୪୦୩ ଟି ବିଧାନସଭା ଆସନରୁ ଏବେ ସୁଦ୍ଧା ୩୭୮ ଟିରେ ଗଣତି ଚାଲିଛି । ଏହା ମଧ୍ୟରୁ ବିଜେପି ୨୪୯ ଟି ଆସନରେ ଆଗରେ ଥିବା ବେଳେ ମୁଖ୍ୟ ବିରୋଧୀ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୦୯ ଟି ଆସନରେ ଲିଡ୍‌ କରୁଛି । କଂଗ୍ରେସ ୮ ଟି, ବିଏସ୍‌ପି ୮ ଟି ଓ ଅନ୍ୟାନ୍ୟ ଦଳ ୪ ଟି ଆସନରେ ଆଗରେ ଚାଲିଛନ୍ତି । ଉତ୍ତର ପ୍ରଦେଶ ଓ ଗୋଆରେ ମ୍ୟାଜିକ ନମ୍ବର ଛୁଇଁଲାଣି ବିଜେପି ।

ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨ । ତେଣୁ ବିଜେପି ଅତି ସହଜରେ ପୁଣି ଉତ୍ତର ପ୍ରଦେଶରେ ସରକାର ଗଠନ କରିବ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି । ଗୋଆ କଥା ବିଚାରକୁ ନେଲେ, ଏଠାରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ହାସଲ କରି ନେଇଛି । ଗୋଆର ସମସ୍ତ ୪୦ଟି ଆସନରେ ଏବେ ଗଣତି ଚାଲିଛି ।

ଏହା ମଧ୍ୟରୁ ବିଜେପି ୨୧ ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୧୧, ଟିଏମସି ୪ ଟି, ଆପ ଗୋଟିଏ, ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୨୧ । ବିଜେପି ଏବେ ସମାନ ୨୧ ଟି ଆସନରେ ଲିଡ୍‌ କରୁଛି ।