ATM ରୁ ଟଙ୍କା ଉଠାଇବାକୁ ନେଇ ନୂଆ ନିୟମ : SBI କଲା ଟ୍ୱିଟ୍‌

0
140
ATM ରୁ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୯/୦୩) : ATM ରୁ ଟଙ୍କା ଉଠାଇବାକୁ ନେଇ କିଛି ନିୟମରେ ପରିବର୍ତ୍ତନ ହୋଇଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନିୟମ ଆସିଛି ।

ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଧାରୀ ଏଥର ATM ରୁ ଟଙ୍କା ଉଠାଇବା ସମୟରେ ଏକ ଓଟିପି ପାଇବେ । ଓଟିପି ଦେବା ପରେ ଏଟିଏମ୍‌ ରୁ ଟଙ୍କା ମିଳିବ । ଏଟିଏମ୍‌ ଠକେଇକୁ ଅଟକାଇବା ପାଇଁ ଏହି ନିୟମ ହୋଇଛି । ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏହି ନିୟମ ଲାଗୁ ହେବ ।

ଟ୍ବିଟ୍‌ କରି ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ସମୟରେ ଫୋନ୍‌ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପି ଏଟିଏମ୍‌ ମେସିନ୍‌ରେ ଟାଇପ୍‌ କରିବା ପରେ ଟଙ୍କା ଉଠିବ । ୪ ଡିଜିଟ୍‌ର ଏହି ଓଟିପି ଗୋଟେ ଥର ଟ୍ରାନ୍‌ଜାକ୍ସନ୍‌ ପାଇଁ ବ୍ୟବହାର ହେବ ।

ଗ୍ରାହକଙ୍କୁ ଠକାମି ରୁ ରକ୍ଷା କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । SBI ର ୨୨,୨୨୪ ଟି ଶାଖା ଏବଂ ୬୩,୯୦୬ ଏଟିଏମ୍ ସହିତ ଭାରତରେ ୭୧,୭୦୫ ଟି ଆଉଟଲେଟ୍ ଅଛି । ବ୍ୟାଙ୍କ ର ପ୍ରାୟ ୯୧ ମିଲିୟନ୍ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି ।