-5.7 C
Innichen
Friday, December 2, 2022

ଏମସିଏଲ ଡିଜିଏମ ଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୦/୩) : ବୁର୍ଲା ମହାନଦୀ କୋଲର୍ଡ ଫିଲଡ ଲିମିଟେଟ ର ଡେପୁଟି ଜେନରାଲ ମ୍ୟାନେଜର (ଏମସିଏଲ ଡିଜିଏମ) ସଂଜିବ ମହାପାତ୍ର ଆଜି ଅପରାହ୍ନରେ ନିଜ ସହ ଧର୍ମିଣୀଙ୍କ ସହ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ।

ଏମସିଏଲ ଡିଜିଏମ ଙ୍କ ପରିଦର୍ଶନ ସମୟରେ ସେ ସଂଗ୍ରହାଳୟରେ ରଖାଯାଇଥିବା ବୌଦ୍ଧ ର ପ୍ରଚୀନ ଐତିହ ପରମ୍ପରା କାରୁକାର୍ଯ୍ୟ, ସଂସ୍କୃତି, କୀର୍ତ୍ତିରାଜି ଓ ରାଜ ପରିବାର ର ବିଭିନ୍ନ ସ୍ମାରକୀ ଦେଖି ଅଭିଭୁତ ହୋଇ ପଡିଥିଲେ । ଏହି ଐତିହାସିକ ସଂଗ୍ରହାଳୟ ଯୋଗୁଁ ପର୍ଯ୍ୟଟକମାନେ ବୌଦ୍ଧର ପ୍ରାଚୀନ ଇତିହାସ ଓ ବିଭିନ୍ନ ଚାଲି ଚଳଣି ସଂପର୍କରେ ଧାରଣା ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ବୌଦ୍ଧ ଭଳି ଏକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାଳୟ ସ୍ଥାପନ ଭଳି ଉଦ୍ୟମକୁ ଶ୍ରୀ ମହାପତ୍ର ପ୍ରଂଶସା କରିଥିଲେ । ପରିଦର୍ଶନ ସମୟରେ ଡିଆରଡିଏ ସିଷ୍ଟମ ଅଫିସର ନିରୋଜ ମିଶ୍ର, ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ରତ୍ନାକର ବେହେରା, ନୀଳଲୋହିତ ମହାପାତ୍ର ଉପସ୍ଥିତଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles