-5.7 C
Innichen
Thursday, August 18, 2022

କଣ୍ଟାମାଳ ବ୍ଲକ ରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ, (୧୦/୩) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଖଟଖଟିଆ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ପଲସାଗୋରା ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଯଥାକ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ୧୦୦ ଜଣ ଲେଖାଏଁ ଛାତ୍ରୀଙ୍କୁ ନେଇ ତିନୋଟି ବିଦ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି ।

ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କଣ୍ଟାମାଳ ବ୍ଲକ ରେ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିବା ସହ ବକ୍ତବ୍ୟରେ କଣ୍ଟାମାଳ ବ୍ଲକ ରେଛାତ୍ରୀମାନଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ପରି ସାହସୀ, ରଣକୁଶଳୀ ହୋଇ ନିର୍ଭୀକ ଭାବରେ ଶତ୍ରୁକୁ ପରାଜୟ କରି ନିଜର ଆତ୍ମରକ୍ଷା କରିବା ଓ ରାଣୀ ଲକ୍ଷ୍ମୀବାଈଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଏହି ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କାର୍ଯ୍ୟକ୍ରମ ର ବିଭିନ୍ନ କୌଶଳ ଶିଖି ପାରିଲେ ହିଁ ସାଂପ୍ରତିକ ସମାଜରେ ଘଟୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ପରି ନିନ୍ଦନୀୟ ଘଟଣାକୁ ଆମେ ଏଡାଇ ଦେଇପାରିବା । ଏଥିସହ ବିପଦରେ ପଡିଥିବା ଅନ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ପ୍ରବର୍ତ୍ତାଇ ଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ଯୋଗଦାନ କରି ବିଦ୍ୟାଳୟରେ ପ୍ରଶିକ୍ଷିତ ହେଉଥିବା ସମସ୍ତ ଛାତ୍ରୀ ଓ ଶିକ୍ଷିକା ମାନେ ଏହାକୁ ଦୈନଦିନ ଅଭ୍ୟାସ ଜାରି ରଖି ନିଜକୁ ଦକ୍ଷ କରିବା ପାଇଁ ପ୍ରେରଣା ଦେଇଥିବା ବେଳେ ସଭାପତି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦୂର୍ଗା ଚରଣ ପ୍ରଧାନ ଓ ଶ୍ରୀ ଫାଲଗୁନୀ ମାଝି ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ମାନଙ୍କର ଆତ୍ମବଳ ବୃଦ୍ଧି କରାଇବା ସହ ଏଦିଗରେ ଦକ୍ଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ ।

ସମଗ୍ର ଶିକ୍ଷା ତରଫରୁ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଏହି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରି କହିଥିଲେ ଯେ- ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୮ ଦିନ ଧରି ନିୟମିତ ଚାଲୁ ରହିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଉଚ୍ଚ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଣୁ ଏହି ପ୍ରଶିକ୍ଷଣ ର ଉପଯୁକ୍ତ ଲାଭ ଉଠାଇବା ପାଇଁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକାମାନେ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ନେଇ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ସହ ଛାତ୍ରୀ ମାନଙ୍କ ପ୍ରଶିକ୍ଷଣ ର ଶୁଭାରମ୍ଭ କରିଥିଲେ ।

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles