୮ ତାରିଖ ଦିନ ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ

0
165
୮ ତାରିଖ ଦିନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୭/୩) : ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବାପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆ ଯାଇଅଛି । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବା ପାଇଁ ଆସନ୍ତା ୮ ତାରିଖ ଦିନ ଅର୍ଥାତ ମଙ୍ଗଳବାର ଦିନ ସକାଳ ୦୬.୦୦ ରୁ ସନ୍ଧ୍ୟା ୦୮.୦୦ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ ।

୧୩୨ କେ.ଭି. ବଲାଙ୍ଗିର- ସୋନପୁର ଦ୍ଵିତୀୟ ସର୍କିଟ ଲାଇନ ର ନିର୍ମାଣ ଦ୍ୱାରା ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅତିରିକ୍ତ ଶକ୍ତି ସଂଯୋଗ ଏବଂ ନବ ନିର୍ମିତ ବୀରମହାରାଜପୁର ଗ୍ରୀଡକୁ ବୈଦ୍ୟୁତିକ ସଂଯୋଗ କରାଯାଇ ପାରିବ । ଉକ୍ତ ଲାଇନ ର ନିର୍ମାଣ ଦ୍ୱାରା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ଲୋ ଭୋଲ୍ଟେଜ ଓ ପାୱାର କଟ ସମସ୍ୟା ର ସମାଧାନ କରାଯାଇ ପାରିବ । ଏହା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ଓ ଗୁଣାତ୍ମକ ବୈଦ୍ୟୁତିକ ଶକ୍ତି ଯୋଗାଇ ଦିଆଯାଇ ପାରିବ । ଏଣୁ ଏକ ବୃହତ୍ତର ସାମୁହିକ ସ୍ୱାର୍ଥ ନିମନ୍ତେ ବିଭାଗ ତରଫରୁ ୮ ତାରିଖ ଦିନ ସକାଳ ୬ ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜନ ସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।