ଆରସେଟି ବଲାଙ୍ଗିରକୁ ସହାୟକ ନିୟନ୍ତ୍ରକ, ନେସନାଲ ଏକାଡେମୀ, ରୁଡ଼ସେଟିଙ୍କ ପରିଦର୍ଶନ

0
292

ରିପୋର୍ଟ : ଓଡିଶାନ୍ୟୁଜ୨୪ ବ୍ୟୁରୋ //
ବଲାଙ୍ଗୀର,(୨୮/୦୮) : ଅଦ୍ୟ ତା୨୮.୦୮.୨୦୨୧ ଦିନ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର, ସହାୟକ ନିୟନ୍ତ୍ରକ, (Assistant Controller, Assessment & Certification, Odisha) NAR, ଓଡିଶା, ଆରସେଟି ବଲାଙ୍ଗିରକୁ ପରିଦର୍ଶନ କରିଥିଲେ |19b9ded3 da96 4d70 a8ac 996dee3f31e2 ଆରସେଟି ବଲାଙ୍ଗିରକୁ ସହାୟକ ନିୟନ୍ତ୍ରକ, ନେସନାଲ ଏକାଡେମୀ, ରୁଡ଼ସେଟିଙ୍କ ପରିଦର୍ଶନ

ସେ ଆରସେଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆରସେଟିର ଉତ୍ତୋରତ୍ତର ଉନ୍ନତି ପାଇଁ ପ୍ରସ୍ତାବ ଦେଇଥିଲେ | ଏହାପରେ ସେ ଆରସେଟି ବଲାଙ୍ଗିରକୁ ସଇଁତଳା ବ୍ଲକ ଅନ୍ତର୍ଗତ ଶିଶକେଲା ଗ୍ରାମକୁ ଯାଇ ଛତୁ ଚାଷ ତାଲିମ କାର୍ଯକ୍ରମକୁ ମୂଲ୍ୟାଙ୍କନ କରିଥିଲେ | ତାଲିମ ଗ୍ରହୀତା ମାନଙ୍କ ସହ ପାରସ୍ପରିକ ଆଲୋଚନା ପରେ ସେ ଅତ୍ୟନ୍ତ ଖୁସି ହୋଇଥିଲେ |

ଶ୍ରୀ ସୂର୍ଯ୍ୟମଣି ପଧାନ, ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଉପରେ ସର୍ବାଙ୍ଗୀନ ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ | ନିର୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁଙ୍କୁ teamwork ପାଇଁ କୃତଜ୍ଞତା ଜଣାଇଥିଲେ | ଏହାପରେ ସେ ତାଲିମ ଗ୍ରହୀତା ମାନଙ୍କୁ ମାନପତ୍ର ପ୍ରଦାନ କରି ସେମାନଙ୍କ ତଥା ଆରସେଟି ଉନ୍ନତି କାମନା କରିଥିଲେ |

ଏହି କାର୍ଯ୍ୟକ୍ରମରେ ଶିଶକେଲା ଗ୍ରାମ ପଞ୍ଚାୟତର ଜାମତରା, ଘଣ୍ଟବାହାଲି, ସିଂବାହାଲି, ଭୋରପରା ଓ ଶିଶକେଲା ଗ୍ରାମର ୩୫ ଜଣ ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଦୀର୍ଘ ୧୦ଦିନ ପର୍ଯ୍ୟନ୍ତ ତାଲିମ ନେଇଥିଲେ |