ବୈପାରୀଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ପ୍ରଶାନ୍ତ କୁମାର ଗୁପ୍ତା

0
603
ବୈପାରୀଗୁଡା ପଞ୍ଚାୟତ

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, ରାୟଗଡ଼ା, (୧୨/୦୩) : ରାୟଗଡ଼ା ଜିଲ୍ଲା ର ବୈପାରୀଗୁଡା ବ୍ଲକ ର ସମସ୍ତ ପଞ୍ଚାୟତର ସମିତି ସଭ୍ୟଙ୍କ ଦ୍ୱାରା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବୈପାରୀଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ପ୍ରଶାନ୍ତ କୁମାର ଗୁପ୍ତା le78f7891 7c5d 4d47 be10 bfc924d977d3 ବୈପାରୀଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ପ୍ରଶାନ୍ତ କୁମାର ଗୁପ୍ତା

ହେଲେ ଏହି ନିର୍ବାଚନରେ ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କୁ ପୁଣି ଥରେ ବୈପାରୀଗୁଡା ପଞ୍ଚାୟତ ସମିତି ଅଧ୍ଯଷ ଭାବେ ନିର୍ବାଚିତ କରାଯାଇଛି । ସେ ତାଙ୍କ ପ୍ରତିଦ୍ବନ୍ଦୀ ସାବିତ୍ରୀ ନାୟକଙ୍କୁ ପରାସ୍ତ କରି ବିଜୟ ହୋଇଛନ୍ତି l ବୈପାରୀଗୁଡା ବ୍ଲକର ୨୦ ଟି ପଞ୍ଚାୟତର ସମିତି ମଧ୍ୟରୁ ସାବିତ୍ରୀ ନାୟକଙ୍କୁ ମୋଟ ୯ ଟି ଭୋଟ ମିଳିଥିବା ବେଳେ ପ୍ରଶାନ୍ତ କୁମାର ଗୁପ୍ତାଙ୍କୁ ୧୧ ଖଣ୍ଡ ଭୋଟରେ ବିଜୟ ହୋଇଛନ୍ତି l ନବ ନିର୍ବାଚିତ ଅଧ୍ଯଷ ବ୍ଲକର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି l