କାଶୀନଗର ବ୍ଲକ ଜୋନ ୨ ରୁ ବିଜେଡ଼ି ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ଦାବୀଦାର

0
271
କାଶୀନଗର ବ୍ଲକ ଜୋନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୩) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଜୋନ ୨ ରୁ ବିଜେଡ଼ି ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଦିଆଯାଉ ବୋଲି କାଶୀନଗର ବ୍ଲକ ର ଆବାଳ ବୃଦ୍ଧ ବନିତା ଓ ବିଜେଡ଼ି କର୍ମୀ ଦାବୀ କରିଛନ୍ତି ।

କାଶୀନଗର ବ୍ଲକ ଜୋନ ୨ ରୁ ଜିତି ଆସିଥିବା ଜି ତିରୁପତି ରାଓ କାଶୀନଗର ସହର ର ନିକଟ ଗୋରିବାନ୍ଧା ପଞ୍ଚାୟତ ଅନ୍ତର୍ଗତ ଖୁରିଗାଁ ଗ୍ରାମରେ ଜନ୍ମ ହୋଇଛନ୍ତି । ଶୈଶବ ଶିକ୍ଷା ଖୁରୀଗାଁ ଠାରେ ସମାପ୍ତ କରି ବାରାଣସୀ ହାଇସ୍କୁଲ ରେ ଦଶମ ଶ୍ରେଣୀ ଶିକ୍ଷା ସମାପନ କରିଛନ୍ତି । ସେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି କଲେଜ ରେ ପାଠ ପଢୁ ଥିବା ସମୟରେ ତାଙ୍କ ସରପଞ୍ଚ ବାପା ଜି ରମୁଲୁଙ୍କ ଦେହାନ୍ତ ହୋଇଯାଏ, ଇତି ମଧ୍ୟରେ ପଞ୍ଚାୟତ ବାସୀ ତାଙ୍କୁ ନିର୍ଦ୍ଵନ୍ଦରେ ସରପଞ୍ଚ ଗାଦି ରେ ବସାନ୍ତି ।

ସେ ଦିନ ଠାରୁ ଅର୍ଥାତ୍ ୧୯୯୨ ମସିହାରୁ ରାଜନୀତି ରେ ପାଦ ଦିଅନ୍ତି । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଦଳ ତାଙ୍କ ନାମ କୁ ସ୍ଵୀକୃତି ଦେଇଥିବାରୁ କାଶୀନଗର ବ୍ଲକ ର ନେତା ରାକାମ୍ ରାମ୍ ପ୍ରସାଦ, ଆର୍ ସତୀଶ, ବୁଡୂର। ସରପଞ୍ଚ ସଞ୍ଜୟ ମିଶ୍ର, କେ. ରାମ ରାଓ, ଅଖିଳ କୁମାର ପାତ୍ର, ରାଣୀ ପେଣ୍ଠ ସରପଞ୍ଚ ବିନୋଦ, ସୁଧ ରାଣୀ ରଘୁରାମ ସାହୁ ସମସ୍ତେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଡ଼ା. ତିରୁପତି ପାଣଗ୍ରାହୀ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି ସେ ନିଶ୍ଚିତ ଭାବେ ଅଧ୍ୟକ୍ଷ ହେବେ । ବର୍ତମାନ ମିଳିଥିବା ଖବର ଅନୁଯାୟୀ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।