ଚାଣ୍ଟିପଲା ୟୁଜିଏଚସି ଠାରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

0
185
ଚାଣ୍ଟିପଲା ୟୁଜିଏଚସି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୧୪/୦୩) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଚାଣ୍ଟିପଲା ୟୁଜିଏଚସି ଠାରେ ଭାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ପାଠାଗାର ରେ ବହୁ ସଂଖ୍ୟକ ପାଠ୍ୟ ପୁସ୍ତକ ଉପସ୍ଥାପନ କରାଯାଇଥିଲା ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ଭୋଇ ଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀକାନ୍ତ ବଗର୍ତ୍ତି, ବିଦ୍ୟାଳୟ ର ସଭାପତି ସହାରି ମାଝୀ, ଶିକ୍ଷକ ସୁଶାନ୍ତ ମାଝି, ମହେନ୍ଦ୍ର ଆଡ଼ ଜୁଏଟ, ନିତ୍ୟାନନ୍ଦ ଭୋଇ, କାମଦେବ ଜାଲ ପ୍ରମୂଖ କାର୍ଯ୍ୟକ୍ରମ ର ମହତ ଉଦ୍ଦେଶ୍ୟ ନେଇ ନିଜ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଶିକ୍ଷକ ଏହି ଭ୍ରାମ୍ୟମାଣ ପାଠ୍ୟକ୍ରମ ଓ ତା’ର ଆବଶ୍ୟକତା ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଚାଣ୍ଟିପଲା ୟୁଜିଏଚସି ଠାରେ ଅନୁଷ୍ଠିତ ଏହି ଭ୍ରାମ୍ୟମାଣ ପାଠାଗାର ରେ ଅନେକ ସଂଖ୍ୟା ରେ ଛାତ୍ରଛାତ୍ରୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ।