ୱାର୍ଡ ନମ୍ବର ୭ ରେ ବିଜେଡ଼ି ର ଘରକୁ ଘର ପ୍ରଚାର ଆରମ୍ଭ

0
283
ୱାର୍ଡ ନମ୍ବର ୭

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୦୩) : କାଶୀନଗର ପୌରାଞ୍ଚଳ ରେ ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ୱାର୍ଡ ନମ୍ବର ୭ ପାଇଁ ବିଜେଡ଼ି ଟିକେଟ ରେ ଲୋପିନ୍ତୀ ରାଜୁମା ଲଢ଼ୁଛନ୍ତି ।

ଏହି ୱାର୍ଡରେ ଓଡ଼ିଆ ବ୍ରାହ୍ମଣ ଙ୍କ ଭୋଟ ସଂଖ୍ୟା ଅଧିକ କିନ୍ତୁ ଏହି ୱାର୍ଡ ନମ୍ବର ୭ ଟି ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ହୋଇଛି, ଏଣୁ ଶ୍ରୀମତୀ ରାଜୁମା ଏହି ୱାର୍ଡରେ ଶାସକ ଦଳ ତରଫରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ମଧ୍ୟ ଏଠାରେ ନିଜ ପ୍ରାର୍ଥୀ ଦେଇଛି । ଆଜି ପ୍ରାର୍ଥୀ ପ୍ରତ୍ୟାହାର ର ଶେଷ ଦିନ । ଆସନ୍ତା କାଲି ଠାରୁ ପ୍ରଚାର ଆହୁରି ଜମିବ ।

କାଶୀନଗର ପୌର ପରିଷଦ ରେ ୧୩ ଟି ୱାର୍ଡ ରହିଛି ୧ ଠାରୁ ୮ ୱାର୍ଡ ଏକ ଭୌଗଳିକ ସ୍ଥିତି ରେ ଯାଉଛି । ପରବର୍ତ୍ତୀ ୨ ଟି ୱାର୍ଡ କଦଣ୍ଡା ରାମ୍ ମନ୍ଦିର ଆଉ ନୂଆ କାଶୀନଗର ରହିଛି । ଅନ୍ୟ ୩ ୱାର୍ଡ ଆଉ ଏକ ଭୌଗଳିକ ସ୍ଥିତିରେ ରହିଛି । ବିଜେପି ପ୍ରାର୍ଥୀ ଦିବ୍ୟା ଜଣେ ଟାଣୁଆ ନେତାଙ୍କ ବୋହୂ ଅଟନ୍ତି, ଏଣୁ ତାଙ୍କ ନିଜ ଜାତି ର ଭୋଟ ହାତେଇବାକୁ ଅପ୍ରନ୍ ଉଦ୍ୟମ କରୁଛନ୍ତି ।

ସେପଟ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥୀ ମଧ୍ୟ ଜଣେ ଟାଣୁଆ ନେତ୍ରୀ ସେ ଦୁଇଥର ଅଧ୍ୟକ୍ଷା ହୋଇଛନ୍ତି । ନିଜ ର ଅଭିଜ୍ଞତା ଓ ତାଙ୍କ ନିଜ ଜାତି ର ଭୋଟ ସହ ବିଜେଡ଼ି ର ନେତା ନବୀନ ବାବୁ ଙ୍କ ନାମରେ ଭୋଟ ପାଇବାକୁ ଆଶା ରଖିଛନ୍ତି । ଏହି ଦୁଇ ପ୍ରାର୍ଥୀ ଜାତିଆଣ ଭୋଟ ପାଇବା ସହ ଅନ୍ୟ ଜାତି ର ଭୋଟ ଉପରେ ନଜର ରଖିଛନ୍ତି । ୮,୦୦୦ ଭୋଟ ର ଙ୍କ ମଧ୍ୟରୁ ଅନ୍ୟୁନ ୩,୫୦୦ ରୁ ଅଧକ ଭୋଟ ଯିଏ ପାଇବ ସେ ଅଧ୍ୟକ୍ଷା ପଦ ହତେଇବେ ।