ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର କମାଲ

0
152
ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୧୭/୦୩) : ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସମାରୋହ ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଯୋଗ ଦେବାପାଇଁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରୁ ୬୦ ଜଣ ପ୍ରତିଯୋଗୀ ୧୨ ତାରିଖ ବାରିପଦା ଯାଇଥିଲେ |WhatsApp Image 2022 03 16 at 9.43.07 PM ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର କମାଲ

ଏହି ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସମାରୋହ ଟି ଗତକାଲି ଉଦଯାପିତ ହୋଇ ଯାଇଛି | କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଏଥିରେ ବିଭିନ୍ନ ବିଭାଗରେ ବାଜିମାତ କରି ରାଜ୍ୟ ସ୍ତରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁ ତୃତୀୟ ସ୍ତାନରେ ରଖି ପାରିଛନ୍ତି | ପୁରୁଷ କାରୋମ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ତ୍ରିପାଠୀ ପ୍ରଥମ ହୋଇ ସ୍ଵର୍ଣ ପଦକ ବିଜେତା ହୋଇଛନ୍ତି ଏବଂ ୩୦,୦୦୦ ଟଙ୍କା ପୁରସ୍କୃତ ହୋଇଛନ୍ତି |

ସେଇଭଳି ମହିଳା କାରୋମ ପ୍ରତିଯୋଗିତାରେ ପ୍ରଣତୀ ଠାକୁ ସ୍ଵର୍ଣ ପଦକ ଲାଭ କରିବା ସହିତ ୩୦,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ | ମହିଳା ବ୍ଯାଡମିନ୍ଟନ ବିଭାଗରେ ରସମିତ ଶବର ରୌପ୍ୟ ପଦକ ହାତେଇବା ସହିତ ୨୫,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିଲେ | ମହିଳା ଡବଲ ବ୍ଯାଡମିନ୍ଟନ ରେ ରସମିତ ଶବର ଓ ମଧୁମିତା ଶବର ରୌପ୍ୟ ପଦକ ଲାଭ କରି ୧୨,୫୦୦ ଟଙ୍କା ପ୍ରତ୍ୟେକ ପ୍ରତିଯୋଗୀ ନଗଦ ଅର୍ଥ ପାଇଥିଲେ |

ଫୁଟବଲ ରେ କ୍ଯାପ୍ଟନ ଯୁବଏର ମହମ୍ମଦଙ୍କ ନେତୃତ୍ବରେ ଦଳ ବ୍ରୋଞ୍ଜ ପଦକ ପ୍ରାପ୍ତ ହୋଇଥିଲା ଏବଂ ୨୫,୦୦୦ ଟଙ୍କା ନଗଦ ରାଶି ପୁରସ୍କୃତ ହୋଇଥିଲା | ଚେସ ରେ ତୁଷାରକାନ୍ତ ସାହୁ ବ୍ରୋଞ୍ଜ ପଦକ ସହିତ ନଗଦ ୨୦,୦୦୦ ଟଙ୍କା ପୁରସ୍କାର ବାବଦକୁ ପାଇଥିଲେ | ଦୁଇଟା ସ୍ୱର୍ଣ୍ଣ ପଦକ, ଦୁଇଟି ରୌପ୍ୟ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ ଲାଭ କରି ସାରା ଓଡ଼ିଶାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତୃତୀୟ ସ୍ତାନରେ ଆସୀନ ହୋଇ ପାରିଥିଲା |

ଏହି ବିଜୟ ଫଳରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା | ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କଲେଜ ଛକରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ବ୍ୟାଣ୍ଡ ବାଜା ର ତାଳେ ତାଳେ ପଟୁଆର ରେ ପାଛୋଟି ଆଣି ଅଭିନନ୍ଦନ ଜ୍ଞାପନ କରିଥିଲେ |WhatsApp Image 2022 03 16 at 9.43.06 PM 1 ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରୀଡ଼ା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର କମାଲ

କୁଳପତି ନିଜେ ପ୍ରତି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇ ଆର ବର୍ଷକୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁ ଓଡ଼ିଶାରେ ପ୍ରଥମ ସ୍ତାନ ଅଳଙ୍କୃତ କରେଇବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ | ଖେଳ ପରିଷଦ ର ଉପସଭାପତି ଡକ୍ଟର ଘନଶ୍ୟାମ ବେହେରା ଏହି କୃତିତ୍ଵ ର ଶ୍ରେୟ କୁଳପତିଙ୍କୁ ଦେଇଥିଲେ | ତାଙ୍କ ପ୍ରେରଣାରେ ହିଁ ଏକ ସାତ ଦିନିଆ ଟ୍ରେନିଂ ଶିବିର କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଅ ଯାଇଥିଲା |

ଏହି ସମାରୋହରେ ମେଜର ଡକ୍ଟର ଜୟଦେବ ସାହୁ , ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀ ଶକ୍ତି ପ୍ରସାଦ କବି ଶତପଥୀ, ଡକ୍ଟର ନଳିନୀ ରଣା, ଖେଳ ଶିକ୍ଷକ ଶ୍ରୀମତୀ ହୈମବତୀ ବେହୁରା, ବିକାଶ କୋଲଏଗୟେର ଖେଳ ଶିକ୍ଷକ, ଜିଲ୍ଲା ଖେଳ ଅଧିକାରୀ ଶ୍ରୀବ ଶୁଭାଶିଷ ନାୟକ ଓ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ସାମିଲ ହୋଇ ବିଜୟୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।