ଅଗ୍ନି କାଣ୍ଡରେ ସପିଂ ମଲ୍ ଭସ୍ମୀଭୂତ

0
110
ଅଗ୍ନି କାଣ୍ଡରେ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୧୭/୦୩) : କଳାହାଣ୍ଡି ର ବ୍ୟବସାୟିକ ସହର ଜୁନାଗଡ ର ଏକ ପ୍ରମୁଖ ସପିଂ ମଲ୍ ରେ ବୁଧ ବାର ସନ୍ଧ୍ୟା ରେ ଅଗ୍ନି କାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।WhatsApp Image 2022 03 17 at 9.01.10 AM 1 ଅଗ୍ନି କାଣ୍ଡରେ ସପିଂ ମଲ୍ ଭସ୍ମୀଭୂତ

ଜୁନାଗଡ ସହର ର କଲମପୁର ଛକ ଗାୟତ୍ରୀ ମନ୍ଦିର ନିକଟରେ ଥିବା ତିନି ମହଲା ବିଶିଷ୍ଟ ଏ ଟୁ ଜେଡ ସପିଂ ମଲ୍ ର ମଝି ମହଲାରେ ବୁଧବାର ସନ୍ଧ୍ୟା ସମୟରେ ଅଗ୍ନି କାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ସପିଂ ମଲ୍ ରେ ତଳ ମହଲାରେ କପଡା, ମଝି ମହଲାରେ ରାସନ୍ ସାମଗ୍ରୀ ସହିତ ଅନ୍ୟାନ୍ୟ ସବୁ ପ୍ରକାର ସାମଗ୍ରୀ ଏବଂ ଉପର ମହଲାରେ ଡ୍ରେସ ସାମଗ୍ରୀ ବିକ୍ରି ହେଉଥିବା ଜଣା ପଡ଼ିଛି ।

ବୁଧବାର ସନ୍ଧ୍ୟା ସମୟରେ ମଲ ବନ୍ଦ କରାଯାଇଥିବା ବେଳେ ଭିତରୁ ନିଆଁ ଲାଗିଥିବା ଦେଖି ପାଖ ପଡୋଶୀ ମଲ ମାଲିକଙ୍କୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଜୁନାଗଡ ପୋଲିସ ଏବଂ ଜୁନାଗଡ ଅଗ୍ନିଶମ ବାହିନୀ, ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ବ୍ୟବସ୍ଥା କରିଥିଲେ । ଜୁନାଗଡ, କଲମପୁର, କୋକସରା ଆଦି ସ୍ଥାନରୁ ଅଗ୍ନିଶମ ବାହିନୀ ର ନିଆଁ ଲିଭା ଗାଡ଼ି ଆସି ନିଆଁ ଲିଭାଇବା ପ୍ରୟାସ କରିଥିବା ପ୍ରକାଶ ।

ଏହା ସହିତ ମଲରେ ଖାଇବା ସାମଗ୍ରୀ ସହିତ ତେଲ, ପ୍ଲାଷ୍ଟିକ ସାମଗ୍ରୀ ଆଦି ସାମଗ୍ରୀ ଥିବା ହେତୁ ଧୂଆଁ ସହିତ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ହେତୁ ଅଗ୍ନିଶମ ବାହିନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ନିକଟସ୍ଥ ବାଞ୍ଜି ବନ୍ଦ ରୁ ପାଣି ଅଣା ଯାଇ ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଲିଭାଇବା ସମ୍ଭବ ହୋଇଥିଲା । ପ୍ରବଳ ଧୂଆଁ ରେ ଉପର ମହଲା ରେ ଥିବା କପଡା ମଧ୍ୟ ନଷ୍ଟ ହୋଇଯାଇଥିବା ବେଳେ ପ୍ରବଳ ପାଣି ମାଡ଼ରେ ତଳ ମହଲାରେ ଥିବା କପଡ଼ା ସାମଗ୍ରୀ ମଧ୍ୟ ନଷ୍ଟ ହୋଇଥିବା ଦେଖାଯାଉଛି ।

ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡି ନ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏଭଳି ଭାବେ ନିଆଁ ଲାଗିଯାଇପାରେ ବୋଲି ଆଲୋଚନା ହେଉଛି । ଜୁନାଗଡ ପୋଲିସ ଘଟଣା ର ତଦନ୍ତ କରୁଥିବା ଜଣା ପଡ଼ିଛି ।