ଓଡ଼ିଶାରେ ଖସୁଛି କରୋନା ଗ୍ରାଫ୍ : ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୫୭୮ ଜଣ ପଜିଟିଭ୍

0
164

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୧/୦୭) : ଓଡ଼ିଶାରେ ଖସୁଛି କରୋନା ଗ୍ରାଫ୍ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୫୭୮ ଜଣ କରୋନା ସଂକ୍ରମିତ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୫କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ, କଟକ ୨୧୨ ଜଣ, ଜଗତସିଂହପୁରରୁ ୧୧୩ ଜଣ, ପୁରୀରୁ ୧୦୯ ଜଣ, ବାଲେଶ୍ୱରରୁ ୭୮ ଜଣ, ଯାଜପୁରରୁ ୭୭ ଜଣ, ଭଦ୍ରକରୁ ୫୮ ଜଣ,ନୟାଗଡ଼ରୁ ୫୩ ଜଣ, ଅନୁଗୁଳରୁ ୪୭ ଜଣ,ମୟୂରଭଞ୍ଜରୁ ୪୧ ଜଣ,ସୁନ୍ଦରଗଡ଼ରୁ ୨୯ ଜଣ, ଢ଼େଙ୍କାନାଳରୁ ୧୯ ଜଣ,ସମ୍ବଳପୁରରୁ ୧୮ ଜଣ, କନ୍ଧମାଳରୁ ୧୭ ଜଣ,ନବରଙ୍ଗପୁରରୁ ୧୬ ଜଣ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ,ସୋନପୁରରୁ ୧୨ ଜଣ, ମାଲକାନଗିରିରୁ ୧୧ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, ବୌଦ୍ଧରୁ ୪ ଜଣ, ଗଞ୍ଜାମ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟ୍‌ ପୋଲ୍‌ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୭୭ ହଜାର ୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬ ହଜାର୩୮୪ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହା ସହ କରୋନା ଯୋଗୁଁ ୫୮୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧,୬୦,୨୨,୬୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି।