ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ପାଇଁ ଆସୁଥିବା ଭଡ଼ାଟିଆ ସୈନିକମାନଙ୍କୁ ଜେଲେନ୍‌ସ୍କିଙ୍କ ଚେତାବନୀ

0
161
ୟୁକ୍ରେନ୍‌ ବିରୋଧରେ ଲଢ଼େଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କିବ୍‌/ନୂଆଦିଲ୍ଲୀ, (୨୦/୦୩) : ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ପାଇଁ ରୁଷ୍‌କୁ ସହଯୋଗ କରିବା ଲାଗି ଅର୍ଥ ନେଇ ସ୍ୱଇଚ୍ଛାରେ ଆସୁଥିବା ବିଦେଶୀ ସୈନିକମାନଙ୍କୁ କଡ଼ା ଚେତାବନୀ ଦେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି, “ଏଭଳି ନିଷ୍ପତ୍ତି ହେବ ସେମାନଙ୍କ ଜୀବନ ର ସବୁଠୁ ମନ୍ଦ ନିଷ୍ପତ୍ତି” ।

ଶୁକ୍ରବାର ପ୍ରତ୍ୟୁଷରେ ତାଙ୍କ ‘ଟେଲିଗ୍ରାମ୍‌ ଚାନେଲ୍‌’ ରେ ପୋଷ୍ଟ୍‌ କରିଥିବା ଭିଡିଓ ଉଦ୍‌ବୋଧନରେ ଜେଲେନ୍‌ସ୍କି କହିଛନ୍ତି ଯେ, ରୁଷୀୟ ସେନାରେ ଯୋଗ ଦେବା ପାଇଁ ବା ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ପାଇଁ ଅନ୍ୟ ଦେଶମାନଙ୍କରୁ ଭଡ଼ାଟିଆ (ମୁକ୍ତବୃତ୍ତ) ସୈନିକମାନଙ୍କୁ ନିଯୁକ୍ତି ଦିଆଯିବା ବିଷୟରେ ୟୁକ୍ରେନ୍‌ ଅବଗତ ଅଛି ।

ଆମେ ମଧ୍ୟ ଜାଣୁ ଏ ଭଳି ନିଯୁକ୍ତି ସେମାନଙ୍କୁ (ସୈନିକମାନଙ୍କୁ) ଉପକୃତ କରିବ ନାହିଁ । ତେଣୁ, ୟୁକ୍ରେନ୍‌ ଭୂଇଁକୁ ଅଧିକାର କରିବାକୁ ଉଦ୍ୟମ କରୁଥିବା ଶତ୍ରୁ ଦେଶକୁ ସହଯୋଗ କରିବା ଆସୁଥିବା ସୈନିକମାନଙ୍କୁ ଏବେଠୁ ମୁଁ ଚେତାଇ ଦେଉଛି ଯେ, ଏଭଳି ନିଷ୍ପତ୍ତି ଆପଣମାନଙ୍କ ଜୀବନ ର ସବୁଠୁ ମନ୍ଦ ନିଷ୍ପତ୍ତିରେ ପରିଣତ ହେବ । ସେ ଆହୁରି ମଧ୍ୟ କହିଛନ୍ତି, ଅଳ୍ପାୟୁଷ ପାଇଁ ଦିଆଯାଉ ଥିବା ଅର୍ଥ ଠାରୁ ବଡ଼ ହେଉଛି ଦୀର୍ଘ ଆୟୁଷ ।