କାଶୀନଗର ରେ ସାଂସଦ ଙ୍କ ନିର୍ବାଚନୀ ପ୍ରଚାର

0
180
କାଶୀନଗର ରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୦/୦୩) : ଆଜି କାଶୀନଗର ରେ ପୌର ନିର୍ବାଚନ ପାଇଁ ବିଜେଡ଼ି ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ପ୍ରଚାର କୁ ଜୋରଦାର କରିଛନ୍ତି ।

ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଆଜି ସକାଳୁ ସକାଳୁ ପହଞ୍ଚି କାଶୀନଗର ରେ ପୌର ପରିଷଦ ଥିବା ୧୩ ଟି ୱାର୍ଡରେ ନିର୍ବାଚନୀ ପ୍ରଚାର କରିଛନ୍ତି । କାଶୀନଗର ଟାଉନ୍ ସଭାପତି ଶ୍ରୀ ରଘୁ ରାମ୍ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏକ ସଭା ବସ ସ୍ତଂସ୍ଥ୍ରେ ଅନୁଷ୍ଟିତ ହୋଇଛି ମୁଖ୍ୟ ଅତିଥି ଭାବେ ଶ୍ରୀ ସାହୁ ଯୋଗ ଦେଇ ନବୀନ ବାବୁ ଙ୍କ ଜନହିତକର କାର୍ଯ୍ୟ ର ସୂଚନା ଦେଇଥିଲେ ।

ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ମରୁତ ପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ, ଅଧ୍ୟକ୍ଷା ପ୍ରାର୍ଥୀ ଏମ୍ ସୁଧା ରାଣୀ, ଯୁବ ସଭାପତି ରାଜେଶ୍ ମିଶଲ୍ ୱାର୍ଡ ନ ୧୧ କାଉନସିଲର ପ୍ରାର୍ଥୀ ରଘୁ ରାମ୍ ସାହୁ ଯୋଗ ଦେଇଥିଲେ । ବହୁ କଷ୍ଟରେ ଶ୍ରୀ ସାହୁ ୧୩ ଟି ୱାର୍ଡ ରେ ପ୍ରଚାର ସାରିଛନ୍ତି ।