ହିଞ୍ଜିଳିକାଟୁ ଥାନା ପିତଳ ଛକରେ ୪ ଜଣଙ୍କୁ ହତ୍ୟା

0
177
ହିଞ୍ଜିଳିକାଟୁ ଥାନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୩/୦୩) : ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପିତଳ ଛକରେ ବଡ଼ ଧରଣର ହତ୍ୟାକାଣ୍ଡ । କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣାରେ ୩ ଜଣ ଭାଇ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ କରିଥିବା ଗୋଷ୍ଠୀ ର ଜଣେ ଆହତ ହୋଇ ଏମକେସିଜିରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଥିବା ଜଣା ପଡିଛି । ଏହି ୪ ଜଣ ହିଞ୍ଜିଳିକାଟୁ ଥାନା ପିତଳ ଛକରେ ଥିବା ନିଜ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରିବାକୁ ଯାଇଥିବା ବେଳେ ରାମଚନ୍ଦ୍ରପୁର ର ୬ ଜଣ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବିପକ୍ଷ ଗୋଷ୍ଠୀର ଯୁବକ ମାନେ ଏମାନଙ୍କୁ ଠେଙ୍ଗା ଓ ଲୁହା ରଡ଼ରେ ଆକ୍ରମଣ କରିଥିଲେ ।

ଏଥିରେ ପିତଳ ନରେନ୍ଦ୍ରପୁର ଅଞ୍ଚଳ ର ମଙ୍ଗୁଳୁ ସ୍ୱାଇଁ ଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତର ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ଗତକାଲି ରାତି ୧୦ ଟାରେ ଏକ ଗାଡି ଦୁର୍ଘଟଣା ଘଟିଥିଲା । ଜଣେ ପୁରୁଷ ଓ ଜଣେ ମହିଳା ବାଇକରେ ଯାଉଥିବା ବେଳେ ହଠାତ ଏକ କୁକୁର ଆସିଯିବାରୁ ବାଇକରୁ ପଡ଼ି ସେମାନେ ଆହତ ହୋଇଥିଲେ । ଏହି ସମୟରେ ରାସ୍ତା କଡ଼ ଏକ ଦୋକାନରେ ଠିଆ ହୋଇଥିବା ଦୁଇ ଜଣ ଯୁବକ ଙ୍କ ମଧ୍ୟରୁ ଜଣେ ଯୁବକ ଆହତ ମହିଳାଙ୍କୁ ସହାୟତା କରିଥିଲେ ।

ଏହି ସମୟରେ ପାଣ୍ଡୁରା ଓ ତାଙ୍କ ଭାଇ ଏହି ଘଟଣାକୁ ନେଇ କିଛି କମେଣ୍ଟ କରିଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ବିପକ୍ଷ ସେଠାରୁ ପଳାଇ ଯାଇଥିଲେ । ଏମାନେ ଦୋକାନ ବନ୍ଦ କରୁଥିବା ସମୟରେ ଦୁର୍ବୃତ୍ତମାନେ ଏକତ୍ରିତ ହୋଇ ଏମାନଙ୍କୁ ଆକ୍ରମଣ କରିଥିଲେ । ଏମାନେ ବି ପ୍ରତିଆକ୍ରମଣ କରିଥିଲେ ।

ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପକ୍ଷର ଜଣେ ଆହତ ହୋଇଛନ୍ତି । ଆକ୍ରମଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।