ଲଗାତାର ଦ୍ୱିତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର

0
143
ଲଗାତାର ଦ୍ୱିତୀୟ ଦିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୦୩) : ଲଗାତାର ଦ୍ୱିତୀୟ ଦିନରେ ବଢିଲା ତେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଲା । ୧୩୭ ଦିନ ପରେ କାଲି ୮୦ ପଇସା ଲେଖାଏଁ ବଢିଥିଲା ।

ଆନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ୧୧୩ ଡଲାର ପାଖାପାଖି ରହିଛି । ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କା ର ବିନିମୟ ମୂଲ୍ୟ ୭୬-୭୭ ଟଙ୍କା ସ୍ତରରେ ରହିଛି । ଏହି କାରଣରୁ କମ୍ପାନୀ ଗୁଡ଼ିକ ଗ୍ୟାସ ଦର ବଢ଼ାଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଶେଷ ଥର ଲାଗି ୨୦୨୧ ଅକ୍ଟୋବର ୬ ରେ ଏଲ୍‌ପିଜି ଦାମ୍ ବଢ଼ିଥିଲା । ଅବଶ୍ୟ, ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ସ୍ୱାବଭିକ ଭାବେ ବଢ଼ୁଥିଲା । ମାତ୍ର, ଘରେ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ୧୪.୨ କେଜିଆ ସିଲିଣ୍ଡର ଦାମ୍ ବଢ଼ି ନଥିଲା ।

ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍‌ପିଜି ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇ ଥିଲା । ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଥିଲା ବେଳେ ଆଜି ଦ୍ଵିତୀୟ ଦିନ ପୁଣି ତେଲ ଦରରେ ୮୦ ପଇସା ବୃଦ୍ଧି କରାଯାଇଛି । ସରକାରୀ କମ୍ପାନୀ ପକ୍ଷରୁ ଡିଲର ମାନଙ୍କୁ ଏ ସମ୍ପର୍କରେ ଆଜି ଜଣାଇ ଦିଆ ଯାଇଛି ।