ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶଳା ସମ୍ପତି ଜବତ କଲା ଇଡି

0
169
ମହାରାଷ୍ଟ୍ର

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୨/୦୩) : ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଙ୍କ ଶଳା ଶ୍ରୀଧର ପାଟନକରଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର (ଇଡି) କାର୍ଯ୍ୟାନୁଷ୍ଠାନ ।

ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଠାକରେଙ୍କ ଶଳା ଶ୍ରୀଧର ପାଟନକରଙ୍କ ମାଲିକାନାରେ ଥିବା କମ୍ପାନୀ ର ୬.୪୫ କୋଟି ଟଙ୍କା ର ୧୧ ଟି ଫ୍ଲାଟକୁ ଇଡି ଜବତ କରିଛି । ଇଡି ଅଭିଯୋଗ କରିଛି ଯେ, ପାଟନକରଙ୍କ କନଷ୍ଟ୍ରକ୍ସନ ଫର୍ମ ଶ୍ରୀ ସାଇବାବା ଗୃହ ନିର୍ମିତ ପ୍ରା. ଲିମିଟେଡ୍‌ରେ ନନ୍ଦ କିଶୋର ଚତୁର୍ବେଦୀ ନାମକ ଜଣେ ବ୍ୟକ୍ତି ଏକ କୋଟିରୁ ଅଧିକ ବେଆଇନ ଧନ ରାଶି ଜମା କରିଥିଲେ ।

ଏହି ପ୍ରୋଜେକ୍ଟ ଶ୍ରୀ ସାଇବାବା ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ସହ ଜଡିତ ରହିଛି । ଏହାର ମାଲିକାନା ଶ୍ରୀଧର ମାଧବ ପାଟନକରଙ୍କ ନିକଟରେ ରହିଛି । ଇଡି ର ଏହି କାର୍ଯ୍ୟାନୁଷ୍ଠାନ ପରେ ପାର୍ଟିର ମୁଖ୍ୟ ମୁଖପାତ୍ର କହିଛନ୍ତି, ଶ୍ରୀଧର ମାଧବ ପାଟନକର କେବଳ ରଶ୍ମି ଏବଂ ଉଦ୍ଧବ ଠାକରେଙ୍କ ସଂପର୍କୀୟ ନୁହନ୍ତି, ସେ ଆମ ପରିବାରର ସଦସ୍ୟ । ଜାଣିବାକୁ ମିଳିଛି ତାଙ୍କ ବିରୋଧରେ ଇଡି କିଛି କାର୍ଯ୍ୟାନୁଷ୍ଠାନ ନେଇଛି ।

ସେମାନେ କେନ୍ଦ୍ରୀୟ ଏଜେନ୍ସି କୁ ବ୍ୟବହାର କରି ଆମକୁ ମୁଣ୍ଡ ନୁଆଁଇବା ପାଇଁ ଚେଷ୍ଟା କରୁଛନ୍ତି । ବିଜେପି କ୍ଷମତାରେ ନଥିବା ସବୁ ରାଜ୍ୟରେ ଏପରି ଘଟଣା ଘଟୁଛି । ଗତକାଲି ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡି ଜେରା କରିଥିଲା । ଏହା ରାଜନୀତିକ ଆକ୍ରୋଶ ଛଡ଼ା କିଛି ନୁହେଁ । କିନ୍ତୁ ବେଙ୍ଗଲ କିମ୍ବା ମହାରାଷ୍ଟ୍ର କେହି ବି ଏହି ଚାପ ଆଗରେ ମୁଣ୍ଡ ନୁଆଁବେ ନାହିଁ ।

ସେ କହିଛନ୍ତି, ଯଦି ସେମାନେ ଭାବୁଛନ୍ତି ମହା ବିକାଶ ଅଘାଡି ର ପ୍ରମୁଖ ସ୍ତମ୍ଭ ଉପରେ ଚାପ ପକାଇଲେ ସରକାର ଭାଙ୍ଗିଯିବ କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ କରିବୁ ତେବେ ଆମକୁ ଜାଗ୍ରତ ହେବାକୁ ପଡିବ । ଆମେ ବିଜେପି ର ରାଜନୈତିକ ପ୍ରତିଶୋଧ ବିରୁଦ୍ଧରେ ଲଢେଇ କରିବୁ ଏବଂ ଜନତାଙ୍କ ସାମ୍ନାରେ ସେମାନଙ୍କ କାର୍ଯ୍ୟକଳାପ ର ପର୍ଦ୍ଦାଫାଶ କରିବୁ ।