ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି : ମଣିଷ ବଦଳରେ ମେସିନ କରୁଛି କାମ

0
294

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,ହରଭଙ୍ଗା,( ) : ମଣିଷ ବଦଳରେ କାମ କରୁଛି ମେସିନ | ଲକ ଡାଉନ ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାପାଇଁ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ ଲୋକମାନେ ଏହି କାମ କରି ଦି ପଇସା ରୋଜଗାର ଆଶା କରିଥିବା ବେଳେ ବୌଦ୍ଧ ଜିଲ୍ଲା ରେ ମଣିଷ ବଦଳରେ ମେସିନରେ କାମ କରାଯାଉଥିବା ଅଭିଯୋଗ ହୋଇଛି I4203a18f fef4 4741 b829 5ac5516c0230 ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି : ମଣିଷ ବଦଳରେ ମେସିନ କରୁଛି କାମ

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବନ୍ଧ କାମରେ କୌଣସି ସୂଚନା ଫଳକ ନ ଦେଇ ମେସିନ ସାହାଜ୍ୟରେ ମାଟି କାମ କରାଯାଉଥିବା ବେଳେ ଲୋକ ଲୋଚନକୁ ଆସିଲେ ପଂଚାୟତ ପାଣ୍ଠିରୁ ଦର୍ଶାଯାଉଥିବା ବେଳେ ଅଭିଯୋଗ ନ ହେଲେ ଏମଜିଏନଆରଇଜିଏସରେ ବିଲ କରାଯାଉଥିବା ଅଭିଯୋଗ ହୋଇଛି |

ଇଏ ହେଉଛି ବୌଦ୍ଧର ହରଭଙ୍ଗା ବ୍ଲକର ଦୁର୍ଗମ ତଳଗାଁ ପଞ୍ଚାୟତର ତଳ ଗାଁ ସାନଖଜୁରୀ ବଡଖଜୁରୀ ଆଦି ଗ୍ରାମର ଦୃଶ୍ୟ | ବିନା ସୂଚନା ଫଳକରେ ଏଠାରେ ଜେସିବି ମେସିନ ସାହାଜ୍ୟରେ ଚାଲିଛି ପୋଖରୀ ଖୋଳା କାମ | ଟ୍ରାକ୍ଟର ଓ ଜେସିବି ମେସିନ ସାହାଜ୍ୟରେ ଦିନ ଦିପହରରେ ଚାଲିଛି ଏହି ମାଟି କାମ | ଏହି ପଞ୍ଚାୟତ ର ୪୨ ଟି ଗାଁ ରେ ଶହ ଶହ ଶ୍ରମିକ ଥିବା ବେଳେ ଲକଡାଉନରେ କାମ ଧନ୍ଦା ନ ପାଇ ଦୟନୀୟ ଅବସ୍ଥାରେ ଚଳୁଥିବା ବେଳେ କାମଟି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ଭାବି କାମ ପାଇଁ ଏମାନେ ଠିକାଦାରଙ୍କ ପାଖକୁ ଯାଇ ନିରାଶ ହୋଇ ଫେରୁଛନ୍ତି |

ନିରୀହ ଆଦିବାସୀଙ୍କୁ ଅଭିଯୋଗ କରିବା ମଧ୍ୟ ଜଣା ନାହିଁ । ଯାହାର ଭର ପୁର ଫାଇଦା ଉଠାଉଛନ୍ତି ସରକାରୀ ବାବୁ ଓ ଠିକାଦାର । ନିଜ ଗାଁ ପାଖରେ ଲକ୍ଷ ଲକ୍ଷ ଟଙ୍କାର ଶ୍ରମ ଭିତ୍ତିକ କାମ ହେଉଥିବା ଥିବା ଭେଳେ କାମ ପାଇଁ ଶ୍ରମିକ ସ୍ଥାନୀୟ ସରପଂଚଙ୍କ ଠୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ହାରୀ ଗୁହାରି କରି କୌଣସି କାମ ପାଉ ନ ଥିବା ଅଭିଯୋଗ କରିଛନ୍ତି |

ଗୋଟିଏ ଗାଁରେ ମେସିନରେ କାମ ଚାଲୁଛି ତାହା ନୂହେଁ | ଏମିତି ଏହି ପଂଚାୟତର ପ୍ରାୟ ତିରିଶ ଚାଲିଶ ଲକ୍ଷ ଟଙ୍କାର ପୋଖରୀ ଉନ୍ନତ୍ତିକରଣ ଓ ମାଟି ରାସ୍ତା କାମ ହେଉଥିବା ବେଳେ ସବୁ କାମ ମେସିନ ସାହାଜ୍ୟରେ କରାଯାଉଥିବା ଅଭିଯୋଗ ହୋଇଛି | ଏପରିକି ହରଭଙ୍ଗାବ୍ଲକର ଅନେକ ପଂଚାୟତରେ ଏବେ କୋଟି କୋଟି ଟଙ୍କାର କାମ ମେସିନରେ ଚାଲୁଥିବା ଅଭିଯୋଗ ହୋଇଛି | ଠିକାଦର , ସରପଂଚ ଓ ସରକାରୀ ବାବୁମାନଙ୍କ ମଧୁଚନ୍ଦ୍ରିକାରେ ସରକାରଙ୍କ ଶ୍ରମ ଭିତ୍ତିକ ଯୋଜନାରେ ହେଉଥିବା କୋଟି କୋଟି ଟଙ୍କାର କାମ ଶ୍ରମିକ ବଦଳରେ ମେସିନ ସାହାଜ୍ୟରେ କରାଯାଇ ମାଲେମାଲ ହେଉଥିବା ଦେଖାଯାଇଛି |

ସରକାରଙ୍କ ଦୀର୍ଘ ମିଆଦି ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଶ୍ରମିକ । କେବଳ ଖାସ ସରକାରୀ ବାବୁ ମାନଙ୍କ ଲାଭଖୋର ମନବୃତ୍ତି ପାଇଁ | ଏହି ବ୍ଲକରେ କୋଟି କୋଟି ଟଙ୍କାର ଶ୍ରମ ଭିତ୍ତିକ ଯୋଜନା କରାଯାଉଥିବା ବେଳେ , ଏହାର ତଦନ୍ତ କରାଗଲେ ଅନେକ ଦୁର୍ନିତି ଲୋକ ଲୋଚନକୁ ଆସି ପାରନ୍ତା ଓ ଶ୍ରମିକମାନେ ଏହାର ସୁଫଳ ପାଇପାରନ୍ତେ ନିଶ୍ଚୟ | ଏ ବାବଦରେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଅଭିଯୋଗ ପାଇନାହିଁ । ହେଲେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଲେ |