ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

0
183

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୦୭) : ଅମ୍ଳଜାନ ଅଭାବରୁ କେହି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନା ର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବାଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍ କନସେନଟ୍ରେଟର ହସ୍ତାନ୍ତର କରାଯାଇଛି ।

ଏହା ପୂର୍ବରୁ କରୋନା ର ପ୍ରଥମ ଲହର ରେ ହରଭଙ୍ଗା ବ୍ଲକ୍ ର ଗରିବ ଅସହାୟ, ବିଧବା ,ଦିବ୍ୟାଙ୍ଗ,ଶଯ୍ୟାଶାୟୀ, ରୋଗାଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଠିକ୍ ସେଭଳି ଦ୍ଵିତୀୟ ଲହରରେ ୯୦ ପରିବାର କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏବେ ତୃତୀୟ ପର୍ଯ୍ୟାୟ ପୂର୍ବରୁ ସମସ୍ତ ପ୍ରକାର ଅସୁବିଧାର ସାମ୍ନା କରିବା ପାଇଁ ଆମ ଦ୍ଵାରା ଯାହାକିଛି ସମ୍ଭବ ସେଥିପ୍ରତି ଆମ ଅନୁଷ୍ଠାନ ପ୍ରସ୍ତୁତ ବୋଲି ଏଲକେବିକେ ର ସମ୍ପାଦିକା ଶ୍ରୀମତି ପୁଷ୍ପିତା ପ୍ରଧାନ କହିଛନ୍ତି । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅକ୍ସିଜେନ କନସନଟ୍ରେଟର ଦେଇ ସାରିବା ପରେ ଆଗକୁ ଅକ୍ସିମିଟର ସହିତ ଏନ ୯୫ ମାସ୍କ୍ ପ୍ରଦାନ କରାଯିବାର ଯୋଜନା ମଧ୍ୟ ରହିଥିବାର ସମ୍ପାଦିକା ମତବ୍ୟକ୍ତ କରିଛନ୍ତି ।

ଉପସ୍ଥିତ ବ୍ୟକ୍ତି ବିଶେଷ :- ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଡିପିଏମ ରୁପକ୍ ପଟନାୟକ, ସିଡିଏମଓ ଅଭୟ କୁମାର ଦାସ ସାର୍, ଏଲ୍ କେ ବି କେ ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ , ସି ଡବ୍ଲୁ ସି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ଅନୁଷ୍ଠାନର ସୁପ୍ରିୟା ଦେହୁରୀ,ପ୍ରତାପ ମେହେର,ବାଞ୍ଛାନିଧି ବିଶି ସ୍ୱେଚ୍ଛାସେବୀ ପିଣ୍ଟୁ,ତୋଫାନ,ରାମଚନ୍ଦ୍ର, ଦେବାର୍ଚ୍ଚନ ସାହାଯ୍ୟ ସହଯୋଗ କରିଥିଲେ ।