ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସଡ଼କ ଦୁର୍ଘଟଣାରେ ଗୁରୁତର : ଗୋଡ଼ ଭାଙ୍ଗିଯାଇଛି

0
539

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୯/୦୮) : ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ରାଜପୁତ ହୋଟେଲ ନିକଟରେ ଆଜି ସକାଳ ୧୦ ଟା ବେଳେ ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଜୋତି ରଞ୍ଜନ ନାୟକ ଗୁରୁତର ଆହତ ହୋଇ ଥିବାର ଜଣା ପଡିଛି |c4549b2c 9c0e 434b 8a3e 0ec031139177 ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସଡ଼କ ଦୁର୍ଘଟଣାରେ ଗୁରୁତର : ଗୋଡ଼ ଭାଙ୍ଗିଯାଇଛି

ସୂଚନାନୁଯାଇ ଆଜି ସକାଳେ କୌଣସି କାମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧରୁ ଦଶପଲ୍ଲା ଆଡକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଫୁଲବାଣୀ ଜିଲ୍ଲା କୁ କେନ୍ଦୁପତ୍ର ବିଭାଗ ର ଏକ ଗାଡ଼ି ସହ ରାଜପୁତ ହୋଟେଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଉକ୍ତ ଦୁର୍ଘଟଣା ରେ ୬ ଜଣ ଆହତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜୋତି ରଞ୍ଜନ ନାୟକ ଙ୍କ ଗୋଡ଼ ଭାଙ୍ଗି ଯାଇଛି | ତାଙ୍କ ଗାଡ଼ିରେ ବସିଥିବା ବିଭୁ ଦାସ ଗୁରୁତର ଥିବା ବେଳେ ଅନ୍ୟ ମାନେ ଆଂଶିକ ଆଘାତ ପାଇଛନ୍ତି |