ଦିବ୍ୟଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ

0
272

ରିପୋର୍ଟ : ସୁଶାନ୍ତ ବେହେରା //
ବୋୖଦ୍ଧ,(୩୦/୦୭) : ବୋୖଦ୍ଧ ଅଦ୍ୟ ତା୩୦/୦୭/୨୦୨୧ ରିଖ ୧୨ ଘଟିକା ସମୟରେ ବୋୖଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦିବ୍ୟଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦକୁ ଦୁଇ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏଥିପାଇଁ ଦିବ୍ୟାଙ୍ଗ ଶ୍ରୀଯୁକ୍ତ ସଞ୍ଜୟ ତରିଆ ସ୍ତ୍ରୀ ସସ୍ମିତା ସିଠ, ପନଖିମାଲ, ପୋଷ୍ଟ-ଖୁଣ୍ଟିଆ ପଡ଼ା,ବ୍ଲକ ହରଭଙ୍ଗା,ଜିଲ୍ଲା ବୋୖଦ୍ଧଙ୍କୁ ଏହି ରାଶି ଦିଆଯାଇଛି ।146621c8 1a89 40dd 9cff 566475795780 ଦିବ୍ୟଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ

ଦିବ୍ୟଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ଡିପୋଜିଟ ହୋଇଛି । ଏବଂ ଏହା ଫିକ୍ସ ଡିପୋଜିଟ । ୧ ମାସ ପରେ ସମୁଦାୟ ଅର୍ଥରେ ୧୦ ଭାଗ ଉଠାଣ କରିପାରିବେ ଏବଂ ଏହାର ୬ମାସ ପରେ ଅର୍ଥାତ ୧୨ ମାସ ପରେ ଉକ୍ତ ଅର୍ଥର ୧୦ ଭାଗ ଉଠାଣ କରିପାରିବେ । ବଳକା ୨ ଲକ୍ଷ ଟଙ୍କା ୩ ବର୍ଷ ପରେ ମୂଳ ଓ ସୁଧ ସହ ଉଠାଣ କରି ପାରିବେ । ପିଡ଼ି ଆର ଡିଏ କବିତା ରାଣୀ ଦୋଳ ବେହେରା, ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ଆଦିପତି କଁହର, ଡି .ଆଇ. ପି. ଆର, ରିତିକାନ୍ତ ବାଳିଆର ସିଂହଙ୍କ ଉପସ୍ଥିତିରେ ଏହି ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ସଞ୍ଜୟ ତାରିଆଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଏକ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଏବଂ ପିଡ଼ି ମୋହଦୟ ପରାମର୍ଶ ଦେଇଥିଲେ ।