ୱାର୍ଡ ନ ୧୧ ରେ ରଘୁରାମ ହେଲେ କାଉନସିଲର

0
263
ୱାର୍ଡ ନ ୧୧

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୬/୦୩) : ଆଜି କାଶୀନଗର ପୌର ପରିଷଦ ରେ ୧୧ଜଣ କାଉନସିଲର ବିଜେଡ଼ି ରୁ ନିର୍ବାଚିତ ହୋଇଛନ୍ତି। ଏଥି ମଧ୍ୟରୁ ୱାର୍ଡ ନ ୭ ରୁ ଯାଇ ୱାର୍ଡ ନ ୧୧ ରେ ବିଜେଡ଼ି ପାଇଁ ପ୍ରାର୍ଥୀ ହୋଇଥିଲେ । ସେ କାଶୀନଗର ଟାଉନ୍ ସଭାପତି ଅଛନ୍ତି ।

ସେ ପ୍ରକୃତ ରେ ଏହି ୱାର୍ଡ ନ ୧୧ ରେ ପ୍ରାର୍ଥୀ ହେବାକୁ ମନା କରୁଥିଲେ, କିନ୍ତୁ ଦଳ ର ନେତା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଗଜପତି ର ଦଳ ର ମଙ୍ଗ ଧରିଥିବା ତିରୁପତି ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମରୁତ ପାଳ ଙ୍କ ଆଶୀର୍ବାଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଫଳରେ ସେ ନିର୍ବାଚନ ମଇଦାନକୁ କୁ ଓହ୍ଲାଇଥିଲେ ।

ଏବେ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ୧୩ ଟି ଭୋଟ ରେ ପରାଜିତ କରିଛନ୍ତି । ସେ ୱାର୍ଡ୧୧ ର ସମସ୍ତ ଭୋଟର ଓ ସାଂସଦ ଶ୍ରୀ ସାହୁ, ତିରୁପତି ପାଣିଗ୍ରାହୀ, ଶ୍ରୀ ପାଳ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଓ ଜି ତିରୁପତି ରାଓ ଙ୍କୁ ବୋଧେଇ ଜଣାଇ ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପର୍ଯ୍ୟବେଖ୍ୟାକ ଅତନୁ ସବ୍ୟସାଚୀ ନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।