ପୌର ନିର୍ବାଚନ ଫଳାଫଳ : କିଏ କିଏ କେଉଁ ଜାଗାରୁ ବିଜୟୀ ଦେଖନ୍ତୁ

0
174
ପୌର ନିର୍ବାଚନ ଫଳାଫଳ

ଭୁବନେଶ୍ୱର, (୨୬/୦୩) : ପୌର ନିର୍ବାଚନ ଫଳାଫଳ ଘୋଷିତ । ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ୍‌ କରି ଜନମତକୁ ନିଜ ସପକ୍ଷରେ ନେଇଥିବା ବିଜେଡି ପୌର ନିର୍ବାଚନରେ ନିଜ ବିଜୟ ଧାରାକୁ ବି ବଜାୟ ରଖିଛି |

ସକାଳୁ ଗଣତି ଆରମ୍ଭ ହେଉ ହେଉ ଆଗୁଆ ଥିବା ବିଜେଡି ଏବେ ବହୁ ଆସନରେ ଉଡ଼ାଇଲାଣି ନିଜ ବିଜୟ ସୁନିଶ୍ଚିତ କରିଛି | ଗଣତି ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଆସିଯାଇଥିଲା ପୌର ନିର୍ବାଚନ ଫଳାଫଳ । ମ୍ୟୁନିସିପାଲିଟି ସମେତ ବହୁ ଏନଏସି ଆସନ ବିଜେଡି ହାତେଇବାରେ ସକ୍ଷମ ହୋଇଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ ।7a74c998 9dc2 42d5 9b98 ceb4ac6e2aee ପୌର ନିର୍ବାଚନ ଫଳାଫଳ : କିଏ କିଏ କେଉଁ ଜାଗାରୁ ବିଜୟୀ ଦେଖନ୍ତୁ

ଦେଖନ୍ତୁ ବିଭିନ୍ନ ମ୍ୟୁନିସିପାଲିଟି ଓ ଏନଏସି ରେ କିଏ କିଏ ବିଜୟୀ ହୋଇଛନ୍ତି |
ତାଳଚେର ମ୍ୟୁନିସିପାଲିଟିରେ ବିଜେଡି ର ପବିତ୍ର ଭୂତିଆ ବିଜୟୀ ହୋଇଥିବା ବେଳେ ସୋନପୁର ମ୍ୟୁନିସିପାଲିଟିରେ ତାମସି ତାମସ୍ମିତା ନାଏକ, ଦେବଗଡ଼ ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ, ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡି ର ସଙ୍ଗୀତା ପିଙ୍ଗୁଆ ବିଜୟୀ ହୋଇଛନ୍ତି । ଢେଙ୍କାନାଳ ଓ ନବରଙ୍ଗପୁର ମ୍ୟୁନିସିପାଲିଟି ଆସନ କିନ୍ତୁ ହାତେଇ ନେଇଛି ବିଜେପି । ଢେଙ୍କାନାଳରେ ବିଜେପିର ଜୟନ୍ତୀ ପାତ୍ର ୪୧୪୫ ଭୋଟରେ ବିଜୟୀ ହୋଇଥିବା ବେଳେ ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ ହୋଇଛନ୍ତି ।

ଏନଏସି ନିର୍ବାଚନରେ ବିଜୟ ଟ୍ରେଣ୍ଡ ବଜାୟ ରଖିଛି ବିଜେଡି। ବିନିକା ଏନ୍ଏସିରେ ବିଜେଡିର ସୁବାସ ଭୋଇ ବିଜୟୀ ହୋଇଥିବା ବେଳେ ତରଭା ଏନ୍ଏସିରେ ବିଜେଡି ର ବନ୍ଦିତା ନାଏକ, ପଦ୍ମପୁର ଏନ୍ଏସିରେ ବିଜେଡିର ସାବିତ୍ରୀ ବାଗ, କରଞ୍ଜିଆ ଏନ୍ଏସିରେ ବିଜେଡି ର ପପି ପୃଷ୍ଟି ବିଜୟୀ, ଗୁଡାରୀ ଏନ୍ଏସିରେ ବିଜେଡି ର ଶର୍ମିଷ୍ଠା ଶବର, ସୋରଡ଼ା ଏନ୍ଏସିରେ ବିଜେଡି ର ଶିବଶଙ୍କର ପଣ୍ଡା, ଚିକିଟି ଏନ୍ଏସିରେ ବିଜେଡି ର ଦୀପା ସାହୁ, କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ଓ କେସିଙ୍ଗାରେ ବିଜେଡି ର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି ।

ପାଟଣାଗଡ଼ରେ ବିଜେଡି ର ମାନସୀ ବିଶ୍ୱାଳ ବିଜୟୀ ହୋଇଥିବା ବେଳେ କୁଚିଣ୍ଡା ଏନଏସିରେ ବିଜେଡି ର ପ୍ରଦ୍ୟୁତ ମହାନ୍ତି ୯୮୮ ଭୋଟରେ ବିଜୟୀ ହୋଇଛନ୍ତି । ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ, ଖଲ୍ଲିକୋଟ୍ ଏନ୍ଏସିରେ ବିଜେଡିର ନିରଞ୍ଜନ ବେହେରା, ଭୁବନ ଏନ୍ଏସିରେ ବିଜେଡି ବିଜେଡିର ଶୁଭେନ୍ଦୁ ସାହୁ, ଗୋପାଳପୁର ଏନ୍ଏସିରେ ବିଜେଡି ର ଜେ. ଜାନକୀରାମ ବିଜୟୀ ହୋଇଛନ୍ତି । ବାଣପୁର ଏନ୍ଏସିରେ ବିଜେଡି ର ମିଟୁ ନାୟକ ବିଜୟୀ ହୋଇଥିବା ବେଳେ ଗଞ୍ଜାମର ବେଲଗୁଣ୍ଠା ଏନ୍ଏସିରେ ବିଜେଡି ର ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ ସେଠୀ ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍ଏସିରେ ବିଜେଡିର ଅଜୟ ଜୟସ୍ୱାଲ ବିଜୟୀ ହୋଇଛନ୍ତି ।

ଉଦଳା ଏନ୍ଏସିରେ ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ ହୋଇଥିବା ବେଳେ ରେଢ଼ାଖୋଲରେ ବିଜେପି ପ୍ରାର୍ଥୀ ଶିବରାମ ସାହୁ, ଜୁନାଗଡ଼ ଏନ୍ଏସିରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ ହୋଇଛନ୍ତି । ବାଲିମେଳା ଏନଏସିରେ ବିଜୟୀ ହୋଇଛନ୍ତି ବିଜେପି ର ପ୍ରଦୀପ ନାୟକ । ଏହାବାଦ ସବୁଠୁ ପଛରେ ପଡ଼ି ଯାଇଥିବା କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇଛି । ଦିଗପହଣ୍ଡି ଏନ୍ଏସିରେ କଂଗ୍ରେସ ର ପ୍ରଫୁଲ୍ଲ ପଣ୍ଡା ବିଜୟୀ ହୋଇଛନ୍ତି ।