ଶିକ୍ଷକ ଓ କର୍ମଚାରୀ ସଂଘ ର ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

0
567
ଶିକ୍ଷକ ଓ କର୍ମଚାରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣପୁର, (୨୭/୦୩) : ଆଜି ଗୁଣୁପୁର ମହାବିଦ୍ୟାଳୟରେ ରାୟଗଡ଼ା ଜିଲ୍ଲା ଶାଖା ତରଫରୁ ନିଖିଳ ଉତ୍କଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ର ଜିଲ୍ଲା ସ୍ତରୀୟ ସଭା ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ଶିକ୍ଷକ ଓ କର୍ମଚାରୀ ସଂଘ ର ଜିଲ୍ଲା ସ୍ତରୀୟ ସଭା ତଥା ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ସଂଘ ର ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଂଘ ର ସଭାପତି ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ସଭାକାର୍ଯ୍ଯ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ । ସେହିପରି ସଂଘ ର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ସଂପାଦକ ଶ୍ରୀଯୁକ୍ତ ଅରୁଣ କୁମାର ଖାଡ଼ଙ୍ଗା, ରାଜ୍ୟ ସଂପାଦକ ଡକ୍ଟର ପ୍ରସନ୍ନ ଗନ୍ତାୟତ, ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।54181c49 fcbb 4281 90d8 dd871a74fc16 ଶିକ୍ଷକ ଓ କର୍ମଚାରୀ ସଂଘ ର ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଅଧ୍ୟାପକ ଜଗନ୍ନାଥ ଦୀପ୍ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଅଧ୍ୟାପକମାନଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ର ବିଚିତ୍ର ନିଷ୍ପତ୍ତି ସଂପର୍କରେ ଗଭୀର ଆଲୋଚନା କରାଯାଇଥିଲା ।

ମୁଖ୍ୟ ବକ୍ତା ଚିତ୍ତରଞ୍ଜନ ମହାପାତ୍ର କହିଥିଲେ ଯେ ସପ୍ତମ ବେତନ ସମସ୍ତ କର୍ମଚାରୀ 01/01/2016 ଠାରୁ ପାଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ବେସରକାରୀ କଲେଜରେ ତାହା 01/10/2017ରୁ ଲାଗୁ କରାଯାଇଛି । ପୁଣି ଷଷ୍ଠ ବେତନ ଆଧାରରେ ଗ୍ରାଚୁଇଟି 7.5 ଲକ୍ଷ ଥିଲାବେଳେ ସପ୍ତମ ବେତନ ସୁପାରିସରେ ତାହାକୁ କମାଇ 5 ଲକ୍ଷରେ ଧାର୍ଯ୍ୟ କରାଯାଇଛି ।

ତେଣୁ ସମସ୍ତ ଅଧ୍ୟାପକ ମହଲରେ ବ୍ଯାପକ ଅସନ୍ତୋଷ ଦେଖିବାକୁ ମିଳୁଛି । ପୁଣି ସପ୍ତମ ବେତନ ଅନୁସାରେ ଏକୋଇଶ ମାସ ର ଦରମା ଅଧ୍ୟାପକମାନଙ୍କୁ ପ୍ରଦାନ କରାଯାଇ ନଥିବା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରାଯାଇଥିଲା । ସେହିପରି ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନ୍ଯାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବାର ଦାବୀ ପୂରଣ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା ।

ଶେଷରେ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରଧ୍ଯାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।