ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ

0
203
ରାୟଗଡ଼ା ଜିଲ୍ଲା ଆରକ୍ଷୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା/ଗୁଣପୁର, ତା.(୬/୦୧) : ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଓ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଗୁଣପୁର ଗସ୍ତ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସୋମନାଥ ମେମୋରିଆଲ ହସ୍ପିଟାଲ ପ୍ରିଦର୍ଶନ କରି କୋଭିଡ ସେବା କେନ୍ଦ୍ର ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତି ର ଯାଞ୍ଚ କରିଥିଲେ ।WhatsApp Image 2022 01 07 at 10.32.39 AM ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ

ବର୍ତ୍ତମାନ କୋଭିଡ ର ତୃତୀୟ ଲହର ଓମିକ୍ରନ ବଡୁଥିବା ଯୋଗୁଁ କୋଭିଡ ସେବା କେନ୍ଦ୍ର ଚାଲୁ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କୁ ଆଖି ଆଗରେ ରଖି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗସ୍ତ ସମ୍ବୟରେ ବିଭିନ୍ନ ରୋଗୀଙ୍କ ସହ ବିଜୁ ସ୍ୟାସ୍ଥ୍ୟ କାର୍ଡ ର ଉପଯୋଗିତା ଓ ସେଥିରେ ସାହାଯ୍ୟ ପାଉଛନ୍ତି ନା ନାହିଁ ପଚାରି ବୁଝିଥିଲେ ।

ଆଜିର ଏହି ଗସ୍ତ ସମୟରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଉପଖଣ୍ଡ ମେଡିକାଲ ଅଧିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।