ପୌର ପୋଷ୍ଟମର୍ଟମ, ବଡ ବିଜୟ ସତ୍ତ୍ଵେ ଚିନ୍ତାରେ ବିଜେଡି

0
216
ପୌର ପୋଷ୍ଟମର୍ଟମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ଭୁବନେଶ୍ୱର, (୨୭/୦୩) : ପୌର ପୋଷ୍ଟମର୍ଟମ, ପଞ୍ଚାୟତ ପରେ ପୌର ନିର୍ବାଚନ ଫଳାଫଳ । ୨୦୨୪ ପାଇଁ ଦେଇଛି ବଡ ସଙ୍କେତ । ଯଦିଓ ବିଜେଡି ପଞ୍ଜାୟତ ଭଳି ପୌର ନିର୍ବାଚନରେ ବି ଦବଦବା ଜାହିର କରିଛି ତଥାପି ଭୋଟ ପ୍ରତିଶତ ଦେଖି ଶାସକ ଦଳ ଛାତିରେ ପଶିଛି ଛନକା ।

ପୌର ପୋଷ୍ଟମର୍ଟମ, ୧୦୮ ପୌରାଞ୍ଚଳ ଆସନ ମଧ୍ୟରୁ ଶାସକ ଦଳ ୭୬ ଟି ଆସନ ପାଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ ଓ ସ୍ବାଧୀନ ୯ଟି ଆସନ ଦଖଲ କରିଛନ୍ତି ।

ଆଉ ଏପରି ସ୍ଥଳେ ଭୋଟ ପ୍ରତିଶତ କହୁଛି । ତିନି ମହାନଗର ନିଗମରେ ମୋଟ ୬ ଲକ୍ଷ ୯୨ ହଜାର ୩୮୬ ଭୋଟିଂ ହୋଇଛି । ଯାହା ଭିତରୁ ୩ ଲକ୍ଷ ୫୪ ହଜାର ୧୯୨ ଖଣ୍ଡ ଭୋଟ ଅର୍ଥାତ ୫୧.୧୫ ପ୍ରତିଶତ ଶାସକ ଦଳ ପାଇଥିବା ବେଳେ ବିଜେପି ପାଇଛି ୨ ଲକ୍ଷ ୮ ହଜାର ୪୨୪ ଖଣ୍ଡ ଭୋଟ ଅର୍ଥାତ ୩୦.୧୦ ପ୍ରତିଶତ ।

ସେହିପରି କଂଗ୍ରେସ ୮୬ ହଜାର ୧୩୦ ଖଣ୍ଡ ଭୋଟ ଅର୍ଥାତ ୧୨.୪୩ ପ୍ରତିଶତ ପାଇଥିବା ବେଳେ ଅନ୍ୟାନ୍ୟ ଖାତା କୁ ଯାଇଛି ୪୩ ହଜାର ୬୪୦ ଖଣ୍ଡ ଭୋଟ ଅର୍ଥାତ ୬.୩୦ ପ୍ରତିଶତ । ଏହା ବାଦ୍ ୧୦୫ ପୋରାଧକ୍ଷ କ୍ଷେତ୍ରରେ ମୋଟ ୧୭ ଲକ୍ଷ ୮୭ ହଜାର ୭୯୮ ଭୋଟ ହୋଇଛି । ଯାହା ମଧ୍ୟରୁ ବିଜେଡି ୮ ଲକ୍ଷ ୫୫ ହଜାର ଭୋଟ ଅର୍ଥାତ ୪୮ ପ୍ରତିଶତ ପାଇଥିବା ବେଳେ ବିଜେପି ୫ ଲକ୍ଷ ୧୫ ହଜାର ୬୪୯ ଭୋଟ ଅର୍ଥାତ ୨୯ ପ୍ରତିଶତ ପାଇଛି । ସେହିପରି କଂଗ୍ରେସ ୨ ଲକ୍ଷ ୧୮ ହଜାର ୧୧୪ ଭୋଟ ଅର୍ଥାତ ୧୨ ପ୍ରତିଶତ ପାଇଥିବା ବେଳେ ଅନ୍ୟାନ୍ୟଙ୍କୁ ମିଳିଛି ୧୦ ପ୍ରତିଶତ । ଆଉ ଏ ହେଉଛି କାଉନସିଲର ଆସନ ଗୁଡିକର ଭୋଟିଂ ସେୟାର । ବିଜେଡି ୫୦ ପ୍ରତିଶତ ପାଇଥିବା ବେଳେ ବିଜେପି ୨୭ ଓ କଂଗ୍ରେସ ୧୨ ପ୍ରତିଶତ ଜନମତ ପାଇଛି ।

ସେପଟେ ଶାସକ ଦଳ ର ବୃହତ ବିଜୟ ସତେ ବି ଅନେକ ସ୍ଥାନରେ ଦଳ ର ହେଭିଓ୍ବେଟ ନେତା ମନ୍ତ୍ରୀ ହୋଇଛନ୍ତି ଧରଶାୟୀ । ଏପରିକି ବିଜେଡି ର ଗଡ କୁହାଯାଉଥିବା ଗଂଜାମ ଜିଲ୍ଖୋଲାରେ ବି ଧସେଇ ପଶିଛି ବିଜେପି । ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ର ଫଳାଫଳ ଉପରେ । ଜିଲ୍ଲା ର ୧୭ ଟି ପୌରାଧକ୍ଷ ଆସନ ମଧ୍ୟରୁ ଛତ୍ରପୁର, ରମ୍ଭା, କୋଦଳା ଆସନ ବିଜେପି ଦଖଲ କରିଥିବା ବେଳେ ଗଞ୍ଜାମ ଓ ପୁରୋଷତମପୁର ସ୍ବାଧିୀନ, ଦିଗପହଣ୍ଢି କଂଗ୍ରେସ ହାତେଇଛି ।

ସବୁଠୁ ବଡ କଥା ହେଉଛି ହିଞିଳିରେ ବି ଶାସକ ଦଳକୁ ନାକରେ ପାଣି ପିଆଇ ଦେଇଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବହୁ ଟାଣୁଆ ନେତା ରହିଛନ୍ତି ଏହି ଜିଲ୍ଲାରେ, ଯେମିତିକି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପୁବନ୍ଧୁ ଦାସ, ବାଚସ୍ପତି ସୁର୍ଯ୍ୟ ନାରାୟଣ ଙ୍କ ଠୁ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ତା ପରେ ଶଙ୍ଖ ଗଡ କୁହାଯାଇଥିବା ଗଞ୍ଜାମରେ ଏପରି ଫଳାଫଳ ଶାସକ ଦଳକୁ ବଡ ଝଟକା ଦେଇଛି । ଚର୍ଚ୍ଚା ଅନୁଯାୟୀ ଖୁବଶୀଘ୍ର ଜିଲ୍ଲା ର ନେତୃତ୍ବଙ୍କ ଡାକି ମୁଖିଆ ମାନସ ମନ୍ଥନ କରିବା ସହ ନେଇ ପାରନ୍ତି ବଡ ଆକ୍ସନ ।

ସେହିପରି ପଶ୍ଚିମ ଠୁ ନେଇ ଦକ୍ଷୀଣ କିମ୍ବା ଉପୂଳ ଓଡିଶା ସବୁଠି ଫେଲ ମାରିଛନ୍ତି ଦଳର ଅନେକ ହେଭିଓ୍ବେଟ । ପଶ୍ଚିମ ଓଡିଶାରେ ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମହିଳା ସଭାପତି ସ୍ନେହାଙ୍ଗୀନ ଛୁରିଆ, ଦଳର ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ନିଜ ଗଡ ବଞ୍ଚାଇ ପାରି ନାହାନ୍ତି ।

ଏହା ବାଦ୍ ଦକ୍ଷୀଣରେ ବି ମନ୍ତ୍ରୀ ପଦ୍ନୀନ ଦିଆନ, ସାଂସଦ ରମେଶ ମାଝୀ, ଟାଣୁଆ ନେତା କହୁଯାଉଥିବା ପ୍ରଦୀପ ମାଝୀ ବି ବିରୋଧୀଙ୍କ ବଲ୍ଲା ଆଗରେ ହୋଇଛନ୍ତି ଧରାଶାୟୀ । ସେହିପରି ଉପକୂଳରେ ବି ବିଧାୟକ ପ୍ରାଶନ୍ତ ମୁଦୁଲି, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସଞ୍ଜିବ ସାହୁଙ୍କ ଭଳି ଅନେକ ବଡ ବଡ ନେତାଙ୍କ ରଣନୀତି କାମ କରିନି । କେବଳ ଏହିମାନେ ନୁହଁନ୍ତି ବିଜେପି ଓ କଂଗ୍ରେସ ର ବି ଅନେକ ବଡ ନେତା ବି ନିଜ ଗଡରେ ଚିତପଟାଙ୍ଗ ମାରିଛନ୍ତି ।

ଚର୍ଚ୍ଚା ହେଉଛି ଦୀର୍ଘ ବର୍ଷ ଶାସନ, ନବୀନ ଲହର ଓ କଳ,ବଳ, କୌଶଳ ସତେ ବି ଦଳର ହେଭିଓ୍ବେଟଙ୍କ ଏପରି ପ୍ରଦର୍ଶନକୁ ଦେଖି ଖପା ବିଜେଡି ମୁଖିଆ । ପିରଣାମ ସୂରୁପ ଖୁବଶୀଘ୍ର ସଙ୍ଗଠନ ଓ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରି ବଡ ଆକ୍ସନ ନେଇ ପାରନ୍ତି ସୁପ୍ରିମୋ ।