ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଳିର ତତ୍କାଳୀନ ଆଇଆଇସି ଓ ସଵ ଇନସ୍ପେକ୍ଟରଙ୍କ ବିରୋଧରେ ମାମଲା

0
189
ହାଇକୋର୍ଟଙ୍କ ନିର୍ଦ୍ଦେଶ

ରିପୋର୍ଟ : ସୁଭାସିସ ନାୟକ

ଭୁବନେଶ୍ୱର, (୨୮/୦୩) : ମହଙ୍ଗା ପଡ଼ିଲା ମିଛ ମାମଲା ରୁଜୁ କରି ଗିରଫ କରିବା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ର ତତ୍କାଳୀନ ଆଇଆଇସି ସଲୀଳ ପ୍ରଧାନ ଓ ସଵ ଇନସ୍ପେକ୍ଟର ପ୍ରଦୋଶ ପଟ୍ଟନାୟକ ଓ ଗୁଣଧର ମଳିକଙ୍କ ନାଁରେ ଥାନାରେ ମାମଲା ରୁଜୁ ।

ସୂଚନା ଅନୁସାରେ, ବେଆଇନ ଗୋଚାଲାଣ ଘଟଣାରେ ମିଛ ମାମଲା ରୁଜୁକରି ସାମାଜିକ କର୍ମୀ ଓ ସାମ୍ବାଦିକଙ୍କୁ ଗିରଫ କରିବା ପୋଲିସ ପାଇଁ ପଡିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ର ତତ୍କାଳୀନ ଆଇଆଇସି ସଲୀଳ ପ୍ରଧାନ ଓ SI ପ୍ରଦୋଶ ପଟ୍ଟନାୟକ ଓ ଗୁଣଧର ମଳିକଙ୍କ ନାଁରେ ଥାନାରେ ମାମଲା ରୁଜୁ ହେବା ସହ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ଆବେଦନକାରୀ କମଳିନୀ ଆଚାର୍ଯ୍ୟଙ୍କ ପକ୍ଷରୁ ଦାଏର ମାମଲା ର ଶୁଣାଣି କରି କୋର୍ଟ ଏହି ଘଟଣାର ଆଇନ ସମ୍ମତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ନଭେମ୍ବର ୨୮ ତାରିଖ ରାତି ୧୨ଟା ବେଳେ ଆଳିର ଆଠକଣିଆ ଛକରେ ଏକ ପିକଅପ ଗାଡ଼ିରେ ବେଆଇନ ଗୋ-ଚାଲାଣ ହେଉଥିଲା ।

ଖବରପାଇ ସମାଜିକ କର୍ମୀ ସୁବାଶିଷ ଷଡଙ୍ଗୀ ଓ ସଂଜୟ ବ୍ରହ୍ମା ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ନଯିବାରୁ ଥାନାକୁ ଆସି ଏ ସମ୍ପର୍କରେ ପଚାରିଥିଲେ । ଥାନାରେ ସୁବାଶିଷ ଷଡଙ୍ଗୀ, ସଞ୍ଜୟ ବ୍ରହ୍ମା ଓ ଖବର ସଂଗ୍ରହ ପାଇଁ ଯାଇଥିବା ଦୁଷ୍ମନ୍ତ ଆଚାର୍ଯ୍ୟଙ୍କୁ ଆଇଆଇସି ଓ SI ମାଡ଼ ମାରିବା ସହ ଗାଳିଗୁଲଜ କରି ମିଥ୍ୟା କେସରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲେ ।