ଅଷ୍ଠ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

0
185
ଅଷ୍ଠ ପ୍ରହରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୮/୩) : ବିନିକା ଏନଏସି ଅନ୍ତର୍ଗତ ନୂଆଁପାଲି ଗ୍ରାମରେ ଅଷ୍ଠ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ମହିଳା ଘଣ୍ଟ ଶଙ୍ଖ ଓ ସଂକୀର୍ତ୍ତଣ୍ୟ କରି ସ୍ଥାନୀୟ ଚୌକିଜୋର ରୁ ଜଳ ଆଣି ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ ।

ଅଷ୍ଠ ପ୍ରହରୀ ନାମଯଜ୍ଞ ରେ ପୂଜକ ଭାବେ ଉମାବଲ୍ଳଭ ଷଡ଼ଙ୍ଗୀ ଦାୟିତ୍ୱ ତୁଲାଇ ଥିବା ବେଳେ କର୍ତ୍ତା ଭାବେ ଶିବନାରାୟଣ ନାୟକ ଓ ତାଙ୍କ ଧର୍ମପତ୍ନୀ ତୃପ୍ତିମୟୀ ନାୟକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ସକାଳ ୮ଟା ରୁ ନାମ ଆରମ୍ଭ ହେବାକୁ ଥିବା ବେଳେ ବୁଧବାର ସକାଳ ୮ଟା ରେ ପୂର୍ଣ୍ଣାହୂତି ପଡିବ । ପରେ ବୈଠକି ସଂକୀର୍ତନ୍ୟ ର ଆୟୋଜନ ରହିଛି । ଏଥିରେ ନୂଆଁପାଲି ଗ୍ରାମ୍ୟ କମିଟି ସଭାପତି ଆଜିତ କୁମାର ଦାଶ, ଯୁବକ ସଂଘର କର୍ମକର୍ତ୍ତା ଏବଂ ଗ୍ରାମବାସୀ ସହଯୋଗ କରୁଛନ୍ତି ।