ଗ୍ରୀଷ୍ମ ଲହରୀ ର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ତାଲିମ ଶିବିର

0
151
ଗ୍ରୀଷ୍ମ ଲହରୀ ର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୧/୦୩) : ରାୟଗଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀ ର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 04 01 at 8.13.18 AM ଗ୍ରୀଷ୍ମ ଲହରୀ ର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ତାଲିମ ଶିବିର

ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟ ସଂସ୍ଥା ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସମସ୍ତ ଆସିଷ୍ଟାଣ୍ଟ ଜିଲ୍ଲାପାଳ ସୁକାନ୍ତ ପ୍ରଧାନ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଭାଷଣ ପରେ ଗ୍ରୀଷ୍ମ ଲହରୀ ର ମୁକାବିଲା କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏଥିରେ ସାଧନ କର୍ମୀ ଭାବରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମମତା ଚୋୖଧୁରୀ ଅଂଶୁଘାତ ଓ ତାହାର ସଚେତନତା ଉପରେ ବୁଝାଇଥିଲେ । ତହସିଲଦାର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ପ୍ରକଳ୍ପ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଗ୍ରୀଷ୍ମ ଲହରୀ ଉପରେ ଆଲୋଚନା କରିଥିଲେ ।WhatsApp Image 2022 04 01 at 8.13.18 AM 1 ଗ୍ରୀଷ୍ମ ଲହରୀ ର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ତାଲିମ ଶିବିର

ପ୍ରକୃତ ଭାବରେ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ଜନ ସ୍ୱାସ୍ଥ୍ୟ ଅଧିକାରୀ, ଗ୍ରୀଷ୍ମ ଲହରୀର ଲକ୍ଷଣ ଓ ଚିକିତ୍ସା ଉପରେ ବିଷଦ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରୀଷ୍ମ ଲହରୀ ସମୟରେ ପାଠ ପଢା ର ସମୟ ନିର୍ଘଣ୍ଟ ତଥା ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଆଲୋଚନା ଜାରି ରଖିଥିଲେ ।

ସମସ୍ତ ଜିଲ୍ଲା ଅଧିକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କର ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ରାୟଗଡ ଗ୍ରୀଷ୍ମ ଲହରୀକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲା ।