ଖୋଲିଲା ଦୁନିଆ ର ସବୁଠୁ ଲମ୍ୱା ଝୁଲନ୍ତା ପୋଲ : ଦୁଇଟି ମହାଦେଶ ସହ ସଂଯୋଗ କରୁଛି ବ୍ରିଜ

0
140
ଖୋଲିଲା ଦୁନିଆ

ରିପୋର୍ଟ : ଓଡିଶ ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୪) : ଏବେ ଖୋଲିଲା ଦୁନିଆ ର ସବୁଠାରୁ ଲମ୍ୱା ସସ୍‌ପେନ୍ସ ବ୍ରିଜ । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆ ର କମ୍ପାନୀ ମିଳିତ ଭାବେ ତିଆରି କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ମୋଟ ୨୦ ହଜାର ୫୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଖୋଲିଲା ଦୁନିଆ ର ସବୁଠୁ ଲମ୍ୱା ଝୁଲନ୍ତା ପୋଲ, ଏହାକୁ ତିଆରି କରିବା ପାଇଁ ୫ ବର୍ଷ ସମୟ ଲାଗିଛି । ସବୁଠାରୁ ମଜା କଥା ହେଲା, ଏହି ବ୍ରିଜଟି ହେଲା ପରେ ଯାତ୍ରୀ ୟୁରୋପ ରୁ ଏସିଆକୁ ମାତ୍ର ୬ ମିନିଟ ରେ ଆସିପାରିବେ । ବିଶ୍ୱ ର ସବୁଠାରୁ ଲମ୍ବା ଏହି ବ୍ରିଜ ର ନାଁ ୧୯୧୫ କେନେକାଲ ବ୍ରିଜ ରଖାଯାଇଛି ।

ପୋଲଟିର ନାଁ ସହିତ ୧୯୧୫ ମସିହା ଯୋଡ଼ାଯିବା ପଛରେ ବି ଗୋଟେ କାରଣ ରହିଛି । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ସେନା ଡର୍ଡାନେଲେସ ଉପସାଗରେ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥିଲା । ପରିଣାମ ସ୍ୱରୂ ଅଟୋମନ ସାମ୍ରାଜ୍ୟ ସହିତ ବ୍ରିଟିଶ ସେନା ର ଯୁଦ୍ଧ ହୋଇଥିଲା । ଏଥିରେ ଅଟୋମନ ସାମ୍ରାଜ୍ୟ ବିଜୟୀ ହୋଇଥିଲା । ଏହି ବିଜୟ ର ସ୍ମୃତିକୁ ମନେ ପକାଇ ପୋଲଟିର ନାମ ଏପରି ହୋଇଛି ।

ଏହା ଇସ୍ତାନବୁଲ ବାହାରେ ୟୁରୋପୀୟ ଅଞ୍ଚଳ ଜେଲିବୁଲକୁ ଏସିଆ ର ଅଞ୍ଚଳ ଲେପସେକି ସହିତ ଯୋଡ଼ୁଛି । ୬ ଲେନରେ ଏହି ବ୍ରିଜ୍‌ ର ରାସ୍ତା ତିଆରି ହୋଇଛି । ଗୋଟିଏ ପାର୍ଶ୍ୱରେ ୩ ଲେନ ଓ ଅନ୍ୟ ପାର୍ଶ୍ୱରେ ଆଉ ୩ ଲେନ୍‌ ସଡ଼କ ରହିଛି । ଏହାର ଲମ୍ବ ୪.୬୦ କିଲୋମିଟର ରହିଥିବା ବେଳେ ଏହାର ସର୍ବାଧିକ ଓସାର ୪୫.୦୬ ମିଟର ରହିଛି । ଲେନ୍‌ର ସବୁଠାରୁ ଲମ୍ବା ଦୂରତ୍ୱ ହେଉଛି ୨ କିଲୋମିଟର ରୁ ଅଧିକ ରହିଛି ।

ସମୁଦ୍ରରୁ ବ୍ରିଜ୍‌ର ସଡ଼କ ଉଚ୍ଚତା ୨୩୯ ଫୁଟ ରହିଛି । ୨୦୧୭ ଜାନୁଆରୀ ୨୬ ରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୨ ଫେବୃଆରୀ ୨୬ରେ ତାରିଖରେ ଏହାର କାମ ସରିଛି । ସାଧାରଣ ଲୋକଙ୍କ ପାଇଁ ଏହି ବ୍ରିଜ ୨୦୨୨ ମାର୍ଚ୍ଚ ୧୮ ତାରିଖରେ ଖୋଲା ଯାଇଛି । ୧୯୧୫ କେନେକାଲ ବ୍ରିଜରେ ଥିବା ଦୁଇଟି ଟାୱାରର ଉଚ୍ଚତା ୧୦୪୩ ଫୁଟ ହୋଇଥିବା ଏହା ତୁର୍କିର ଦ୍ୱିତୀୟ ସର୍ବାଧିକ ଉଚ୍ଚତା ବିଶିଷ୍ଟ ବ୍ରିଜ । ଏହାଠାରୁ ୟାଜୁବ ସୁଲତାନ ସଲିମ ବ୍ରିଜର ଉଚ୍ଚତା ଅଧିକ ରହିଛି ।

ଏହି ବ୍ରିଜରେ ଯାତ୍ରା କରିବା ପାଇଁ ମାତ୍ର ୬ ମିନିଟ ସମୟ ଲାଗିଥାଏ । ପୂର୍ବରୁ ୟୁରୋପର ଜେଲିବୁଲରୁ ଏସିଆର ଲେପସେକିକୁ ଯୋଡ଼ୁଥିବା ଏହି ସାଗର ପାରି ହେବାକୁ ପାଖାପାଖି ଦେଢ଼ ଘଣ୍ଟା ସମୟ ଲାଗୁଥିଲା । ହେଲେ ଏବେ ପୋଲ ହେବା ପରେ ଏହି ଯାତ୍ରୀ ମାତ୍ର ୬ ମିନିଟ୍‌ରେ ପୂରା ହେଇଯାଉଛି ।