କୋଟପାଡ଼ ରେ ଆହାର କେନ୍ଦ୍ର ର ୭ମ ବାର୍ଷିକ ଉତ୍ସବ ପାଳିତ

0
223
କୋଟପାଡ଼

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧/୩) : କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ତରଫରୁ ଆଜି କୋଟପାଡ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ର ର ୭ମ ଜନ୍ମ ଦିବସ ପାଳନ ହୋଇଯାଇଛି ।WhatsApp Image 2022 04 02 at 8.11.49 PM କୋଟପାଡ଼ ରେ ଆହାର କେନ୍ଦ୍ର ର ୭ମ ବାର୍ଷିକ ଉତ୍ସବ ପାଳିତ

ଏହି ଅବସରରେ କୋଟପାଡ଼ ର ସମସ୍ତ ନବ ନିର୍ବାଚିତ କାଉନ୍ସିଲରଙ୍କ ସହ ନବନିର୍ବାଚିତ ଅଧ୍ୟକ୍ଷ (ଚେୟାରମେନ) ଶ୍ରୀ ଏମ. ଶଙ୍କର ରାଓ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଖରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାଓ ଆଗାମୀ ଦିନରେ ପ୍ରତି ୱାର୍ଡରେ ଗରିବ ଲୋକଙ୍କୁ ମିଳୁଥିବା ଚାଉଳ ନିଜ ୱାର୍ଡରେ ସୁବିଧାରେ ଉପଲବ୍ଧ ହେବା ସହ ବୃଦ୍ଧବୃଦ୍ଧା ପେନସନ ସୁବିଧାରେ ପାଇ ପାରିବେ ତାହାର ବ୍ୟବସ୍ତା ଏନଏସି ତରଫରୁ କରାଯିବ ବୋଲି ଉତ୍ତର ଦେଇଥିଲେ ।

ଗତ ଦୁଇ ଦିନ ତଳେ ନିମ୍ନ ମାନର ଆହାର ପରିବେଷଣକୁ ନେଇ ଏକ ଭିଡିଓ ଭାଇରଲ ହୋଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ରାଓ କହିଥିଲେ ଯେ ଏହି ରନ୍ଧା ଖାଦ୍ୟ ବାହାରୁ ଆସୁଛି କିନ୍ତୁ ବହୁତ ଶୀଘ୍ର ଏହା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିବେଷଣ କରାଯିବ ବୋଲି ଶ୍ରୀ ରାଓ ସାମ୍ବାଦିକ ମାନଙ୍କ ନିକଟରେ ନିଜ ଉତ୍ତର ରଖିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଖରା ସାମ୍ବାଦିକ ମାନକୁ କହିଲେ ଆଜି ହେଉଛି ଏହି ଆହାର କେନ୍ଦ୍ରର ୭ମ ଜନ୍ମ ଦିବସ,ଏଥି ସହିତ ଓଡିଶା ଓ କୋରାପୁଟ ଜିଲ୍ଲାର ମଧ୍ୟ ଆଜି ଜନ୍ମ ଦିବସ ଥିବାରୁ ଏହା ଆମ ପାଇଁ ଏକ ଗୌରବର ଦିନ ବୋଲି ନିଜର ମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ବିଷୋୟୀ, ସଲମା ବେଗମ୍, ପ୍ରଶାନ୍ତ କଛିମ୍, ଟି. ତୁଳସୀଦାସ ଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଜଣାପଡିଛି ।