ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ଵ ନେଲେ ତିରୁପତି

0
247
ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୦୩ /୦୪) : ଆଜି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶ୍ରୀ ଗାବାରା ତିରୁପତି ରାଓ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଗତକାଲି ଉଗାଦି ପର୍ବ ତେଲୁଗୁ ନବ ବର୍ଷ ରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଗାବାରା ତିରୁପତି ରାଓ ନିଜ କାର୍ଯ୍ୟାଳୟ ରେ ପରିବାର ସହ ଯାଇ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ଗାବାରା ତିରୁପତି ରାଓ ହେଉଛନ୍ତି ଷଷ୍ଠ ବ୍ୟକ୍ତି ଯିଏ କି ଗଜପତି ଜିଲ୍ଲା ପରିଷଦ ଆସନ ଅଳଙ୍କୃତ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ବରିଷ୍ଠ କର୍ମଚାରୀ ମାନେ ମଧ୍ୟ ଶ୍ରୀ ଗାବାରା ତିରୁପତି ରାଓ ଙ୍କୁ ସ୍ଵାଗତ କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ଅବସର ରେ ନିକଟ ରେ ତାଙ୍କ ଧର୍ମ ପତ୍ନୀ ଓ ପରିବାର ବର୍ଗ ମଧ୍ୟ ଥିବାର ସୂଚନା ରହିଛି ।