ହରଭଙ୍ଗା ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମହିଳା ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
234
ହରଭଙ୍ଗା ଭୈରବୀ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୪/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ମହିଳା ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ଅଧ୍ୟାପକ ସଦାଶିବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ କାର୍ଯ୍ୟକ୍ରମରେ ହରଭଙ୍ଗା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ନିଜ ଜୀବନ ର ସୁରକ୍ଷା ପାଇଁ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ର ଆବଶ୍ୟକତା ରହିଛି ବୋଲି ମାର୍ଗ ଦର୍ଶନ ଦେଇଛନ୍ତି | ଏହି ଶିବିର ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ଶିବିର ର ପରିଚାଳକ ଓଡିଆ ବିଭାଗ ଅଧ୍ୟାପକ ପ୍ରଦୋଷ ପ୍ରଧାନ ସୂଚନା ଦେଇଛନ୍ତି |

ସଞ୍ଜନା ଆପଟ୍ଟ ଏବଂ ଶିଳ୍ପାରାଣୀ ବେହେରା ମାଷ୍ଟର ଟ୍ରେନର ଭାବରେ ପାଞ୍ଚ ଗୋଟି ୟୁନିଟ ର ୧୪୯ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ଅଧକ୍ଷ ମନୋଜ ପାଠୀଙ୍କ ସୂତ୍ରରୁ ପ୍ରକାଶ |