ଅଭିମାନରେ ଚୁଲି ଭାଙ୍ଗିଲେ : ପଦାରେ ପଡିଲା ସତ

0
180
ଅଭିମାନରେ ଚୁଲି ଭାଙ୍ଗିଲେ

ରିପୋର୍ଟ : ରାମନାଥ ଗନ୍ତାୟତ //
ପୁରୀ, (୦୮/୦୪) : ମହାପ୍ରଭୁଙ୍କ ଚୁଲି ଭାଙ୍ଗିବା ନିଶ୍ଚିତ ଭାବେ ଧର୍ତ୍ତଅଭିମାନରେ ଚୁଲି ଭାଙ୍ଗିଲେବ୍ୟ ଅପରାଧ । କିନ୍ତୁ ଯିଏ ଭାଙ୍ଗିଲା, ଆଉ ଯେଉଁ କାରଣରୁ ଭାଙ୍ଗିଲା ତାହା କ’ଣ ଭୁଲ୍ ? ଅଭିମାନରେ ଚୁଲି ଭାଙ୍ଗିଲେ ।

କାରଣ ସେ ଚୁଲି ଭଙ୍ଗା ଯୁବକଙ୍କ ଉତ୍ତରରେ ଏମିତି ବହୁତ ସତ ଲୁଚିଯାଉଛି ଯାହା ପଦାକୁ ଆସିବା ଏକାନ୍ତ ଆବଶ୍ୟକ ।ପୁଲିସ ଅଭିଯୁକ୍ତ ଜଗନଙ୍କୁ ଗିରଫ କରିବା ପରେ କିଛି ପ୍ରଶ୍ନ ପଚାରିଥିଲା ଗଣମାଧ୍ୟମ । ଯାହାର ଉତ୍ତର ଥିଲା ଅତ୍ୟନ୍ତ ରୋଚକ । ଅଭିମାନରେ ଚୁଲି ଭାଙ୍ଗିଲେ ।

‘ମୁଁ ସକାଳ ପହରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ, ଦେଉଳ ଯାକ ବୁଲିଲି । ହେଲେ ସଞ୍ଜ ବେଳକୁ ଦର୍ଶନ କଲି । ଫେରିଲା ବେଳେ ଦେଉଳ ଭିତରେ ଅପରିଛନ୍ନ ହୋଇ ପଡିଥିବା କିଛି ଅଂଶ ସଫା କଲି । ତା ପରେ ଅନ୍ଧାର ଲେଉଟିଲା ବେଳକୁ ଖୋଲା ଥିବା ରୋଷଘରେ ପଶିଲି । ସେଠି ବି ସ୍ଥିତି ଭଲ ନ ଥିଲା । ସଫେଇ କରିବାକୁ ମନ କଲି କିନ୍ତୁ ମନେ ପଡିଲା, ଅନେକ ଲୋକ ଖାଇବାକୁ ପାଉନାହାନ୍ତି । ଏଠି କିନ୍ତୁ ଷାଠିଏ ପଉଟି ରନ୍ଧା ହେଉଛି । ଜଗନ୍ନାଥ ଆମ ସଭିଙ୍କର ଦିଅଁ, କିନ୍ତୁ କାହାକୁ ମେଞ୍ଚେ ଆଉ କାହାକୁ କେଞ୍ଚେ ଦେଉଛନ୍ତି । ଏଣୁ ରାଗିଗଲି, ଆଉ ଚୁଲି ଭାଙ୍ଗିଦେଲି ।’

ଯଦି ଏ କଥାରେ ସତ୍ୟତା ଥାଏ, ତାହେଲେ ଦୁଇଟି କଥା ମନକୁ ଆସିବ । ଗୋଟିଏ ଜଣେ ସାଧାରଣ ଭକ୍ତର ଆବେଗ ଓ ଆଉ ଗୋଟିଏ ଅଭିମାନ ର ଅଭିବ୍ୟକ୍ତି ।

ଜଗନ୍ନାଥଙ୍କୁ ଭଲ ପାଉଥିବା ଲୋକଟିଏ ଅଭିମାନ କରିପାରେ, ଠିକ୍‌ ସେମିତି ଏ ବ୍ୟକ୍ତି ଜଣକ କରିଛନ୍ତି । ନଚେତ୍ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଦିନତମାମ ଦେଉଳ ଭିତରେ ବୁଲୁ ନ ଥାନ୍ତେ କି ଅଭିମାନ କରି ନଥାନ୍ତେ । ଜଗନ୍ନାଥଙ୍କୁ ସେ ବିଶ୍ବାସ କରନ୍ତି ଆଉ ସେଇଥିପାଇଁ ହିଁ ସେ ଅଭିମାନ କରି ଚୁଲି ଭାଙ୍ଗିଲେ ବୋଲି କହୁଛନ୍ତି । ତାଙ୍କ କୃତକର୍ମକୁ ଆମେ ବିରୋଧ କରିବା ଠିକ୍‌ କିନ୍ତୁ ତାଙ୍କ ଭାବାବେଗକୁ ଗୌଣ କରିଦେବା ଉଚିତ୍ ହେବନି ।

ଆମେ ସମସ୍ତେ ଜାଣିଚେ ଶ୍ରୀମନ୍ଦିର ପରିସରେ ସ୍ବଚ୍ଛତା ରହୁନାହିଁ । ବିମଳା ମନ୍ଦିର ପଛ ଭାଗ, ମୁକ୍ତି ମଣ୍ଡପ ପଛପାଖ ଆଉ ସ୍ନାନମଣ୍ଡପ ନିକଟରେ ଭକ୍ତ ଆଉ ସେବକମାନେ ମଳମୂତ୍ର ତ୍ୟାଗ କରୁଛନ୍ତି । ଯାହା ମନ୍ଦିରର ସ୍ବଚ୍ଛତା ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ । କିନ୍ତୁ ଏତେ ବଡ଼ ପରିସୀମାରେ ପରିବ୍ୟାପ୍ତ ବଡ଼ ଦେଉଳ ଭିତରେ ଲୋକଙ୍କୁ ବୁଲିଲା ବେଳେ ଶୌଚ ମାଡିବା ସ୍ବଭାବିକ କଥା । ଏଣୁ ଦେଉଳ ବାହାର ବେଢା ଭିତରେ ଶୌଚାଳୟ ନିର୍ମାଣ ଅପ୍ରାସଙ୍ଗିକ ନୁହେଁ । କିନ୍ତୁ ଦୁଃଖର ବିଷୟ ପ୍ରସ୍ତାବ ଆସିଥିଲେ ମଧ୍ୟ ଶ୍ରୀମନ୍ଦିର ପବିତ୍ରତା ଆଳରେ ଏହାକୁ ପ୍ରତ୍ୟାକ୍ଷାନ କରାଗଲା ।

ଏ କଥା କହି ଆମେ କୌଣସି ଅଯଥା ତର୍କ ସୃଷ୍ଟି କରିବାକୁ କହୁନାହୁଁ। ଶ୍ରୀମନ୍ଦିର ପରିସର ଆଉ ସ୍ବଚ୍ଛ ହୋଇ ନାହିଁ ବୋଲି ଖୋଦ୍ ଜଣେ ବରିଷ୍ଠ ସେବାୟତ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ଏଣୁ ଯଦି ଏହି ସେବକଙ୍କ କଥାକୁ ଆଧାର କରିବା ତା ହେଲେ ଉକ୍ତ ଯୁବକ ଭିଆଇଥିବା କାଣ୍ଡ ପ୍ରଶାସନିକ କଳ ଓ ବିଶୃଙ୍ଖଳିତ ସେବାୟତ ଗୋଷ୍ଠୀଙ୍କ ପୋଲ୍ ଖୋଲିଲା ବୋଲି କହିହେବ । ଉକ୍ତ ଯୁବକ ବିକୃତ ମାନସିକତାର ଶିକାର ହୋଇଥାଇ ପାରନ୍ତି । କିନ୍ତୁ ତାଙ୍କ ପାଇଁ ଦେଉଳ ଭିତର ଅବ୍ୟବସ୍ଥାର ପୋଲ ଖୋଲିଛି ଏ କଥାକୁ କେହି ଅବିଶ୍ବାସ କରିବେ ନାହିଁ ବୋଲି ଆଶା ।