ସାମାଜିକ ସଂଗଠନ ମାରୁତି ସେନା ତରଫରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

0
184

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧/୦୮/୨୦୨୧) : ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତାରିପାତ ଗ୍ରାମରେ ଅସହାୟ ଗରୀବ ପରିବାରକୁ ୧ ମାସ ର ରାସନ୍ ସାମଗ୍ରୀ ସହିତ ନିଜ ସାମର୍ଥ୍ୟ ମୁତାବକ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି ।4c32f3ed 8045 4251 ad11 17b4eff8c116 ସାମାଜିକ ସଂଗଠନ ମାରୁତି ସେନା ତରଫରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରୋଡ ପଂଚାୟତର କନ୍ତ।ରିପାତ ଗ୍ରାମର ଶିବ ସାମଲ ଦୀର୍ଘ ୫ ବର୍ଷ ହେଲା କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିବା ସ୍ଥଳେ, ପରିବାରର ସମସ୍ତ ସକ୍ଷମ ପରେ ମଧ୍ୟ ଗତ ଜୁଲାଇ୧୪ ତାରିଖ ରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରିବାର କହିଲେ ଏକ ୮୫ ବର୍ଷର ବୃଦ୍ଧା ମା, ସ୍ତ୍ରୀ ଏବଂ ୮ ବର୍ଷର ପୁଅ ଅଛନ୍ତି । ପରିବାରର ରୋଜଗାର କ୍ଷମ କହିଲେ ଶିବ ସାମଲ ଏକା ଥିବାରୁ ତାଙ୍କ ପରେ ଏବେ ସର୍ବସାନ୍ତ ହୋଇଯାଇଛି । ତାଙ୍କର ଏପରି ଦୁର୍ଦିନରେ ସାମାଜିକ ସଂଗଠନ ମାରୁତି ସେନା ତାଙ୍କ ପାଖରେ ଠିଆ ହୋଇ ସାନ୍ତ୍ୱନା ଦେବା ସହ ପରିବାରକୁ ସାନ୍ତ୍ୱନା ମୂଳକ ଏକମାସର ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଏଥି ସଂଗେ ସଂଗେ ବିଭିନ୍ନ ସାମାଜିକ ସଂଗଠନ ଏବଂ ସରକାରୀ ଯୋଜନାରେ ତାଙ୍କୁ ସହାୟତା କରିବା ପାଇଁ ଅନ୍ୟମାନଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି ।ଆଜିର ଏହି କାର୍ଯ୍ୟ କ୍ରମ ରେ ସଂଗଠନ ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ସାହୁ, ବିରେନ୍ କୁମାର ବେହେରା, ସିଦ୍ଧାନ୍ତ ବେହେରା, ମାନସ ଭୂତିଆ, ବିରେନ୍ଦ୍ର ସେଠୀ , ସୌମ୍ୟ ରଞ୍ଜନ ସାମଲ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।