ଡେଙ୍ଗୁ ପାଇଁ ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁ ରୋଗର ସଚେତନ କାର୍ଯ୍ୟକ୍ରମ

0
198

ରିପୋର୍ଟ: ରଞ୍ଜିତ ବେହେରା //
ଢେଙ୍କାନାଳ,(୩୧/୦୭) : ଡେଙ୍ଗୁ ପାଇଁ ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁରୋଗର ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ର ସହର ମଧ୍ୟରେ ମାଇକ ପ୍ରଚାର ଦ୍ୱାରା ସଚେତନ କରାଯାଇଛି ।d00761c4 7442 4f71 829d 78f978d6a28a ଡେଙ୍ଗୁ ପାଇଁ ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁ ରୋଗର ସଚେତନ କାର୍ଯ୍ୟକ୍ରମ

ଡେଙ୍ଗୁ ପାଇଁ ଢେଙ୍କାନାଳ ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ କରାଯାଉଛି । ଖୋଲା କୂପ ଗୁଡିକରେ ଵଲୀଚିଂ ପକାଯାଇ ବିଶୋଧନ କରାଯାଉଛି । ଡ୍ରେନ ଗୁଡିକୁ ସଫା କରାଯାଉଛି । ଅବ୍ୟବହୃତ ଟାୟାର ଗୁଡିକୁ ଦୋକାନରୁ ଅଣାଯାଇ ତାକୁ ନଷ୍ଟ କରିଦିଆଯାଉଛି । ସପ୍ତାହକୁ ୨ଥର ସହର ମଧ୍ୟରେ ମଶା ଧୂଆଁ ଦିଆଯାଉଛି । ଏହିଭଳି ଭାବେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପୌରପାଳିକା ଦ୍ୱାରା ଗ୍ରହଣ କରାଯାଇଛି ଯାହାଦ୍ୱାରା ଢେଙ୍କାନାଳକୁ ଡେଙ୍ଗୁମୁକ୍ତ କରାଯାଇପାରିବ ।

ଏହି ସମସ୍ତ କାର୍ଯ୍ୟକ୍ରମ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସାନିଟାଇଜର ଇନ୍ସପେକ୍ଟର ସନ୍ତୋଷ କୁମାର ମହାନ୍ତି , ଇନଚାର୍ଜ ଅଫିସର ବିଭୁତି ଭୂଷଣ ସ୍ୱାଇଁ ଙ୍କ ତତ୍ୱବାଧାନରେ ସମ୍ପାଦିତ କରାଯାଇଥିଲା ।