ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ

0
200
ଜାତୀୟ ନିରାପଦ ମାତ୍ରୁତ୍ଵ

“ସୁସ୍ଥ ବିଶ୍ୱ ନିମନ୍ତେ ସୁସ୍ଥ ମାଆ ହିଁ ମୂଳ ଆଧାର : ସୁସ୍ଥ ମାଆ ହିଁ ଏକ ସୁସ୍ଥ ବିଶ୍ୱ ଗଠନର ଆଶାକୁ ଫଳବତୀ କରିପାରିବ”
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧୧/୪) : ସୁଵର୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳ କର୍ମଚାରୀ, ସ୍ଥାନୀୟ ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ ହୋଇଯାଇଛି la5308b2f 7415 4a6f 8666 dee8aad81ce7 ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ

ଏହି ଅବସରରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସଭାରେ ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ (ଏଫ ଡବ୍ଲୁ/ଭି.ବି.ଡ଼ି), ଡା.ମାନସ୍ ରଞ୍ଜନ ଦଣ୍ଡପାଟ୍, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ବିଶ୍ୱମ୍ବର ବେହେରା, ଡି ପି ଏମ, ସରୋଜ କୁମାର୍ ପଣ୍ଡା, ଡି ଏ ଏମ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ଅତିଥିମାନେ ୨୦୨୨ ବର୍ଷ ର ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ କହିଥିଲେ ଯେ ଗୋଟିଏ ସୁସ୍ଥ ଦେଶ ପାଇଁ ଏକ ସୁସ୍ଥ ଶିଶୁ ଦରକାର ଓ ସୁସ୍ଥ ଶିଶୁ ପାଇବାକୁ ହେଲେ ମା ସୁସ୍ଥ ହେବା ନିହାତି ଆବଶ୍ଯକ ଓ ଏଥିପାଇ ସମାଜରେ ବ୍ୟାପକ ସଚେତନତାର ଆବଶ୍ଯକତା ଥିବା ଆଲୋକପାତ କରିଥିଲେ l

099b1011 c649 4db0 ab7c 60a8edc3d1f8 ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ

ଏହି ଉପଲକ୍ଷେ ସଚେତନତା ସଭା ସାଙ୍ଗକୁ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ କରାଯିବା ସହିତ ସଦର ମହକୁମାର ଜନ ଗହଳି ସ୍ଥାନରେ ହୋର୍ଡିଙ୍ଗ ଲଗାଯାଇ ସଚେତନତା ର ପ୍ରୟାସ କରା ଯାଇଛି । ଏହି ସଚେତନତା ସଭା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ, ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ବିଭାଗ ତରଫରୁ ଏକ କୁଇଜ ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।

ଏହି ପରୀପ୍ରକ୍ଷୀ ରେ ଅନୁଷ୍ଠିତ କୁଇଜ କର୍ୟକ୍ରମକୁ ତରଣୀସେନ ପଧାନ୍ ଏ ଏମ ସି ପି ତଥା ଜି କେ ଏସ, ଗିତଞ୍ଜଲି ମେହେର (ଏ ଏମ ଏନ ସି ଡି ) ପରିଚାଳନା କରିଥିବାବେଲେ ନାରାୟଣ ରଥ ସହଯୋଗ କରିଥିଲେ । ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିବାବେଲେ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।