ଘରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ୱାମୀ ଥାନାରେ ଅଟକ

0
20
ଘରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୪) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗାଁ’ରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଘରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ୱାମୀ ଥାନାରେ ଅଟକ । ମୃତ ମହିଳାଙ୍କ ନାଁ କୁନି ମଲ୍ଲିକ ବୋଲି ଜଣାପଡ଼ିଛି । ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ପରେ ପୁଲିସ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ କୁନି ଓ ତାଙ୍କ ସ୍ୱମୀଙ୍କ ଭିତରେ ପ୍ରାୟ ସବୁବେଳେ ପାରିବାରିକ କଲହ ଲାଗିରହୁଥିଲା । ଏହି ଝଗଡ଼ା କାରଣରୁ କୁନି ପ୍ରାୟ ସବୁବେଳେ ଚିନ୍ତାରେ ରହୁଥିଲେ । ତେବେ ମଙ୍ଗଳବାର (ଗତକାଲି) କୁନିଙ୍କ ସ୍ୱାମୀ ବାହାରକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ କୁନି ଝୁଲିପଡ଼ିଥିଲେ ।

କିଛି ସମୟ ପରେ ଘର ଭିତରେ କୁନି ଝୁଲିପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ଏନେଇ କୁନିଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ ପରିବାର ଲୋକ । ପୁଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ମୃତ ମହିଳାଙ୍କ ବାପଘର ଲୋକେ ମୁରିବାହାଲ ଥାନାରେ ହତ୍ୟା ହୋଇଥିବା ନେଇ ଲଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ପୁଲି କୁନିଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ।

 

Leave a Reply