ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଲେ ଏନ ଏ ସି ଅଧ୍ୟାକ୍ଷା.ଓ ବହୂ କର୍ମୀ

0
171
ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪ /୪) : ବହୂ ପ୍ରତୀକ୍ଷା ର ଅନ୍ତ ଘଟାଇ ଆଜି କାଶୀନଗର ଏନ ଏ ସି ଅଧ୍ୟାକ୍ଷା ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇଛନ୍ତି ।

ପୂର୍ବରୁ ଏକ ସପ୍ତାହ ହେଲା ଯାହା ଚର୍ଚ୍ଚା ହେଉଥିଲା ଓ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ହୋଇଥିଲା କି କାଶୀନଗର ଏନ ଏ ସି ବିଜେଡ଼ି ରେ ବିସ୍ପରଣ ହେବ ! ତାହାହିଁ ହେଲା । ଆଜି କାଶୀନଗର ତ୍ରିନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ ରେ କିଛି ନେତା ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ପାରଳା ବିଧାୟକ ଶ୍ରୀ କେ ନାରାୟଣ ରାଓ, ପୂର୍ବତ୍ସନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଶୀତ୍ରୀ ସୀମାଦ୍ରୀ, ପୂର୍ବତନ ଜିଲ୍ଲା ବିନେପି ସଭାପତି ନଳିନୀ କାନ୍ତ ପାତ୍ର, ଓ ବହୂ ଦଳୀୟ କର୍ମୀ ଭାଗ ନେଇଥିଲେ ।

ଟାଉନ ବିଜେପି ସଭାପତି ଭି ଚେଲାପତି ଙ୍କ ଦ୍ୱାରା ଆଦୃତ ଏହି ବୈଠକ ରେ କାଶୀନଗର ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରଣୀ ସବୁଜ ଉତ୍ତରୀୟ ଛାଡି ଗେରୁଆ ଉତ୍ସରୀୟ ଧାରଣ କରିଥିଲେ, ଏହାଙ୍କ ସହ ଖଣ୍ଡାବା ନାଏବ ସରପଞ୍ଚ ଶ୍ରୀ ରକମ ସତୀଶ ମଧ୍ୟ ବିଜେଡ଼ି ଛାଡି ବିଜେପି ରେ ସାମିଲ ହୋଇଛନ୍ତି ।ଅଧ୍ୟାକ୍ଷା ଙ୍କ ପୁଅ ତଥା ଯୁବ ନେତା ଶ୍ରୀ ଏମ ପ୍ରବୀଣ କୁମାର ଙ୍କ ସହ ଦୁଇ ଡଜନ ରୁ ଅଧିକ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି । ବିଜେପି ବିଧାୟକ ଶ୍ରୀ ରାଓ ଦଳ ଆହୁରି ସକ୍ରିୟ ଓ ସୁଦୃଢ ହେବ ବୋଲି କହିଛନ୍ତି । ଶ୍ରୀ ପାଣିଗ୍ରାହୀ ମଧ୍ୟ ଡବଲ ଇଂଜିନ ସରକାର ଦରକାର ବୋଲି କହି ବିଜେପି କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

Leave a Reply