ଖେଳନା ବନ୍ଧୁକ ଦେଖାଇ ଲୁଟି ଥିଲେ ଟ୍ରକ, ୩ ଗିରଫ

0
21
ଖେଳନା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୪) : ପାଟଣାଗଡ଼ ରାମପୁର ପେଟ୍ରୋଲପମ୍ପ ରୁ ଏକ ଟ୍ରକ ଚୋରି ଘଟଣା ରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୁଲିସ ।

ଖେଳନା ବନ୍ଧୁକ ଦେଖାଇ ଲୁଟି ଥିଲେ ଟ୍ରକ, ୩ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ କଣ୍ଟାମାଲ ଅଞ୍ଚଳର ଆନନ୍ଦ ସାହୁ, ବଲାଙ୍ଗୀର ଠିକାଦାର ପଡ଼ାର କାହ୍ନା ଜେନା ଓ ଖର୍ଲିକାନି ଗାଁ’ର ଚମାରୁ ମୁଣ୍ଡା ବୋଲି ଜଣାପଡ଼ିଛି । ପାଟଣାଗଡ଼ SDPOଙ୍କ ସୁଚନା ଅନୁସାରେ, ଏମାନେ ୨୧ ତାରିଖ ଦିନ ଛତିଶଗଡ଼ ଚମ୍ପାରୁ ମାଙ୍ଗାନିଜ ନେଇ ବିଶାଖାପାଟଣା ଯାଉଥିବା ଏକ ଟ୍ରକ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ବିଶ୍ରାମ ନେଉଥିଲା । ଏହି ସମୟରେ ଅଭିଯୁକ୍ତ ମାନେ ଡ୍ରାଇଭରକୁ ଖେଳନା ବନ୍ଧୁକ ଦେଖାଇ ଚୋରି କରିଥିଲେ । ପରେ ଅଭିଯୁକ୍ତ ମାନେ ଗାଡ଼ି ଓ ଡ୍ରାଇଭରକୁ ଦେଓଗାଁ ଥାନା ଅଞ୍ଚଳ ର ଏକ ନିଛାଟିଆ ଜଙ୍ଗଲ ରେ ଛାଡ଼ି ଫେରାର ହୋଇଯାଇଥିଲେ । ପୁଲିସ ଏନେଇ ଅଧିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ମାନେ ଚୋରି କରିବା ବେଳେ ବ୍ୟବହାର କରିଥିବା ଦୁଇ ଟି ବାଇକ୍‌କୁ ଜବତ ହୋଛି । ଏଥିରେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ତାଙ୍କୁ ଶୀଘ୍ର ଗିରଫ କରାଯିବ ।

Leave a Reply