ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ : ଜରୁରୀ କାମ ଶୀଘ୍ର ସାରନ୍ତୁ

0
159
ଲଗାତାର ୪ ଦିନ

ରିପୋର୍ଟ : ରାମନାଥ ଗନ୍ତାୟତ //
ଭୁବନେଶ୍ୱର, (୧୨/୦୪) : ଚଳିତ ମାସରେ ଲଗାତାର ୪ ଦିନ ପାଇଁ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ବ୍ୟାଙ୍କ ସେବା ବନ୍ଦ କାରଣରୁ ଗ୍ରାହକଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇପାରେ । ତେଣୁ ଜରୁରୀ କାମ ଥିଲେ ଯଥାଶୀଘ୍ର ସାରିଦିଅନ୍ତୁ । 

ତେବେ ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏପ୍ରିଲ ୧୪ ତାରିଖ ପୂର୍ବରୁ ଆପଣଙ୍କ ସମସ୍ତ ବ୍ୟାଙ୍କ ସମ୍ପର୍କିତ କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ୧୪ ତାରିଖରୁ ୧୭ ତାରିଖ ଲଗାତାର ୪ ଦିନ ଯାଏଁ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ । ଏପରି ଛୁଟି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା ହୋଇଛି । ଏପ୍ରିଲ ୧୪ ତାରିଖରେ ଆମ୍ବେଦକରଙ୍କ ଜୟନ୍ତି ହୋଇଥିବାରୁ ଏହା ଏକ ଜାତୀୟ ଛୁଟି ଦିନ । ଏପ୍ରିଲ ୧୫ ତାରିଖ ହେଉଛି ଗୁଡ୍ ଫ୍ରାଇଡେ ।

ଏପ୍ରିଲ ୧୬ ତାରିଖ ହେଉଛି ମାସର ତୃତୀୟ ଶନିବାର । ଯଦିଓ ତୃତୀୟ ଶନିବାର ବ୍ୟାଙ୍କ ସେବା ବନ୍ଦ ରୁହେନାହିଁ କିନ୍ତୁ ଏହି ଦିନ ଆସାମ ର ପ୍ରସିଦ୍ଧ ବିହୁ ପର୍ବ ପଡୁଥିବାରୁ ଏପ୍ରିଲ ୧୬ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ବୋଲି କୁହାଯାଇଛି । ଏହାସହ ଏପ୍ରିଲ ୧୭ ତାରିଖ ରବିବାର । ତେଣୁ ଲଗାତାର ୪ଦିନ ଛୁଟି ପଡୁଥିବାରୁ ବ୍ୟାଙ୍କ ସେବା ଯେହେତୁ ବନ୍ଦ ରହିବ ତେଣୁ ଆପଣଙ୍କ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଯଥାଶୀଘ୍ର ସାରିବାକୁ ଭୁଲନ୍ତୁ ନାହିଁ ।