କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଆନ୍ଧ୍ରପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ

0
169
କୋଣାର୍କ ଏକ୍ସପ୍ରେସ୍

ଶ୍ରୀକାକୁଲମ ବଟୁୱା ରେଲୱ ଫାଟକ ନିକଟରେ ଦୁର୍ଘଟଣା
ରିପୋର୍ଟ : ରାମନାଥ ଗନ୍ତାୟତ //
ଆନ୍ଧ୍ରପ୍ରଦେଶ, (୧୨/୦୪) : ଟ୍ରେନରୁ ଓହ୍ଲାଇ ବୁଲୁଥିଲେ, ମାଡି ଗଲା କୋଣାର୍କ ଏକ୍ସପ୍ରେସ୍ । ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ୍ ଜିଲ୍ଲା ବଥୁୱା ନିକଟରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଛି ।

ଭୁବନେଶ୍ୱର ରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଲୋକଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଗୁରୁତର ଗଞ୍ଜାମ ଜିଲ୍ଲା ର ଜିତୁ ନାୟକ ବିଜୟନଗରମ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଥୁୱା ରେଲୱେ ଫାଟକ ନିକଟରେ ସିକନ୍ଦରାବାଦ- ଗୁହାଟୀ ସୁପରଫାଷ୍ଟ ଟ୍ରେନ୍ ଅଟକିଥିଲା । ଟ୍ରେନ ଅଟକିବା ଯୋଗୁଁ ଗରମ ହେଉଥିବାରୁ ଜେନେରାଲ କମ୍ପାର୍ଟମେଂଟରେ ଥିବା ଲୋକମାନେ ଟ୍ରେନରୁ ଓହ୍ଲାଇ ବାହାରେ ବୁଲୁଥିଲେ । କେତେକ ଯାତ୍ରୀ ଅନ୍ୟ ଧାରଣା ଉପରେ ବସି ପଡିଥିଲେ । ଆଉ ଦୁର୍ଭାଗ୍ୟ ବସତଃ ସେହି ଟ୍ରାକରେ ଦ୍ରୁତ ଗତିରେ ମାଡି ଆସିଥିଲା କୋଣାର୍କ ଏକ୍ସପ୍ରେସ । ଦ୍ରୁତଗାମୀ ଟ୍ରେନଟି ଟ୍ରାକ ଉପରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା ।